କ୍ଷମା ମାଗିଲେ ମିଷ୍ଟର ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

କ୍ଷମା ମାଗିଲେ ମିଷ୍ଟର ଇଣ୍ଡିଆ

ମୁମ୍ବାଇ: ବଢ଼ିଲା ବଲିଉଡର ମିଷ୍ଟର ଇଣ୍ଡିଆଙ୍କ ବିବାଦ । ଭିଡିଓ ଜାରି କରି କ୍ଷମା ମାଗିଲେ ଅନୀଲ କପୁର । ଭାରତୀୟ ବାୟୁ ସେନାକୁ ଅନୀଲ କପୁର ଏବଂ ନେଟଫ୍ଲିକ୍ସ ମିଶି କ୍ଷମା ମାଗିଛନ୍ତି । ନିକଟରେ ଅପକମିଂ ଫିଲ୍ମ AK vs AK ର ଟ୍ରେଲର ରିଲିଜ ହୋଇଥିଲା । ଏଥିରେ ଅନୀଲ କପୁରଙ୍କ ଭୂମିକାକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଉଠାଇଛି ।

ଗତ ଦୁଇ ଦିନ ତଳେ ନେଟଫ୍ଲିକ୍ସରେ ଅନୁରାଗ କଶ୍ୟପ ଏବଂ ଅନୀଲ କପୁରଙ୍କ AK vs AK ର ଟ୍ରେଲର ରିଲିଜ ହୋଇଛି । ଫିଲ୍ମର ଏକ ଦୃଶ୍ୟରେ ଅନୀଲ କପୁର ଭାରତୀୟ ବାୟୁସେନାର ୟୁନିଫର୍ମକୁ ଭୁଲ ଢ଼ଙ୍ଗରେ ପିନ୍ଧିବା ଏବଂ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଭାରତୀୟ ବାୟୁସେନା ପ୍ରଶ୍ନ ଉଠାଇଛି । ସଶସ୍ତ୍ର ସେନାରେ ଏଭଳି ବ୍ୟବହାର ନିୟମ ବିରୋଧରେ ଯାଉଛି। ଏହି ଦୃଶ୍ୟକୁ ଫିଲ୍ମରୁ ହଟାଇବା ପାଇଁ ଭାରତୀୟ ବାୟୁସେନା ଦାବି କରିଛି ।


ଏହା ପରେ ଅନୀଲ କପୁର ଏକ ଭଡିଓ ଜାରି କରି ବାୟୁସେନାକୁ ହାତ ଯୋଡି କ୍ଷମା ମାଗିବା ସହ କହିଛନ୍ତି ଯେ, ବାୟୁସେନାର ଭାବନାକୁ ଆଘାତ ଦେବା ଆମର କୌଣସି ଉଦ୍ଦେଶ୍ୟ ନଥିଲା । ଏଥିପାଇଁ ଯଦି ଆପଣଙ୍କୁ କିଛି କଷ୍ଟ ହୋଇଥାଏ ତେବେ ମୁଁ କ୍ଷମା ମାଗୁଛି । ସେପଟେ ନେଟଫ୍ଲିକ୍ସ ମଧ୍ୟ ବାୟୁସେନାକୁ କ୍ଷମା ମାଗିଛି । ସେ ଟ୍ୱିଟ କରି କହିଛି, ଭାରତୀୟ ସଶସ୍ତ୍ର ବଳକୁ ଆଘାତ ଦେବା କିମ୍ବା ଅନାଦର କିରବା ଆମର ଉଦ୍ଦେଶ୍ୟ ନଥିଲା । ଆମେ ଦେଶର ସୁରକ୍ଷା କରୁଥିବା ବାହାଦୁର ଯବାନମାନଙ୍କୁ ସର୍ବୋଚ୍ଚ ସମ୍ମାନ ଦୃଷ୍ଟିରେ ଦେଖୁଛୁ ।


ବିକ୍ରମାଦିତ୍ୟ ମୋଟୱାନିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଅନୀଲ କପୁର ଓ ଅନୁରାଗ କଶ୍ୟପ ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ସୋନମ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଆସନ୍ତା ୨୪ ଡିସେମ୍ବରେ ଓଟିଟି ପ୍ଲାଟଫର୍ମ ନେଟଫିଲ୍କରେ ରିଲିଜ ହେବ ।

The post କ୍ଷମା ମାଗିଲେ ମିଷ୍ଟର ଇଣ୍ଡିଆ appeared first on Odisha Reporter.



from Odisha Reporter https://ift.tt/3ngdN4M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages