ସିଜେଆଇଙ୍କ ମା’ଙ୍କୁ ଠାରୁ ଠକିନେଲେ ୨.୫ କୋଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ସିଜେଆଇଙ୍କ ମା’ଙ୍କୁ ଠାରୁ ଠକିନେଲେ ୨.୫ କୋଟି

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ମା’ ଠକେଇର ଶିକାର ହୋଇଛନ୍ତି। ଜଷ୍ଟିସ ବୋବଡେଙ୍କ ପାରିବାରିକ ସମ୍ପତ୍ତିର ଦେଖାଶୁଣା କରୁଥିବା ବ୍ୟକ୍ତି ଏହି ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ତାପସ ଘୋଷ (୪୯)କୁ ମଙ୍ଗଳବାର ରାତିରେ ପୁଲିସ ଗିରଫ କରିଛି। ନାଗପୁର ପୁଲିସର ଏହି ଘଟଣାର ତଦନ୍ତ କରୁଛି।

ପୁଲିସ ଅଧିକାରୀ ଜଣଙ୍କ କହିଛନ୍ତି, ଆକାଶବାଣୀ ଚୌକ ନିକଟରେ ସିଜେଆଇଙ୍କ ପରିବାରର ଘର ରହିଛି। ଯାହାର ନାମ ‘ସେଡାନ୍ ଲନ୍’ ରହିଛି। ଏହି ଘରେ ଭଡ଼ାରେ ଦିଆଯାଉଛି ବୋଲି ସେ କହିଛନ୍ତି। ପ୍ରଧାନ ବିଚାରପତିଙ୍କ ମା ମୁକତା ବବଡେ ହେଉଛନ୍ତି ଏହି ସମ୍ପତ୍ତିର ମାଲିକ। ଦେଖାଶୁଣା କରିବା ପାଇଁ ତାପସ ଘୋଷକୁ ଦାୟିତ୍ୱ ଦିଆଯାଇଥିଲା।

ଗତ ଦଶ ବର୍ଷ ଧରି ସମ୍ପତ୍ତି ଦେଖାଶୁଣା କରିବା ସହିତ ଆର୍ଥିକ କାରବାର ଉପରେ ସେ ନଜର ରଖୁଥିଲେ। ମୁକତା ବବଡେଙ୍କ ବୟସ ଏବଂ ସ୍ୱାସ୍ଥ୍ୟ ଅବନତିର ସୁଯୋଗ ନେଇ ତାପସ ଘୋଷ ନକଲି ରସିଦ କରି ୨.୫ କୋଟି ଟଙ୍କା ଆୟ କରିଥିବା ଅଭିଯୋଗ ହୋଇଛି। ପୁଲିସ କହିଛି ଘୋଷ ଏବଂ ତାଙ୍କ ସ୍ତ୍ରୀ ଘର ଭଡ଼ା ପଇସା ବ୍ୟାଙ୍କରେ ଜମା ନକରି ନକଲି ରସିଦ ପ୍ରଧାନ ବିଚାରପତିଙ୍କ ମାଙ୍କୁ ଦେଉଥିଲେ। ଜାଲିଆତି ଧରାପଡ଼ିବା ପରେ ଥାନାରେ ବୋବଡେଙ୍କ ପରିବାର ଏତଲା ଦେଇଥିଲେ। ପରେ ପୁଲିସ ଏସଆଇଟି ଗଠନ କରି ତଦନ୍ତ କରିଥିଲା। ଏହାପରେ ଘୋଷଙ୍କୁ ଗିରଫ କରିଛି ପୁଲିସ।

The post ସିଜେଆଇଙ୍କ ମା’ଙ୍କୁ ଠାରୁ ଠକିନେଲେ ୨.୫ କୋଟି appeared first on Odisha Reporter.



from Odisha Reporter https://ift.tt/3oH7U0O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages