ଜନ୍ମଦିନରେ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇର ଏହି ଦ୍ରୁତ ବୋଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ଜନ୍ମଦିନରେ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇର ଏହି ଦ୍ରୁତ ବୋଲର

ଚେନ୍ନାଇ: ୩୩ତମ ଜନ୍ମ ଦିନରେ କ୍ରିକେଟର ସବୁ ପ୍ରକାରର ଫର୍ମାଟକୁ ଅଲବିଦା କହିଛନ୍ତି ତାମିଲନାଡୁ ତଥା ଚେନ୍ନାଇ ସୁପର କିଙ୍ଗସର ଉଦୟମାନ ଦ୍ରୁତ ବୋଲର ୟୋ ମହେଶ। ତାଙ୍କ ପ୍ରକୃତ ନାଁ ବିଜୟ କୁମାର ମହେଶ। କିନ୍ତୁ ସେ କ୍ରିକେଟ ଜଗତରେ ୟୋ ମହେଶ ନାଁରେ ପରିଚିତ।

ଆଇପିଏଲରେ ପ୍ରଥମେ ଦିଲ୍ଲୀ ଡେୟାରଡେଭିଲ୍ସ ସହ ଚୁକ୍ତି କରିଥିବା ମହେଶ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ ମ୍ୟାଚ୍‌ ଖେଳିଛନ୍ତି। ୨୦୦୬ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ଅଣ୍ଡର-୧୯ ବିଶ୍ୱକପରେ ମହେଶଙ୍କୁ ପ୍ରଥମେ ଭାରତୀୟ ଜାତୀୟ ଟିମରେ ସାମିଲ କରାଯାଇଥିଲା। ଏହାପରେ ସେ ୫୦ଟି ପ୍ରଥମ ଶ୍ରେଣୀ, ୬୧ଟି ଲିଷ୍ଟ ଏ ଓ ତାମିଲନାଡୁ ପାଇଁ ୪୬ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ।

ଆଜି ସେ ୩୩ ବର୍ଷରେ ପାଦ ଥାପିଛନ୍ତି। ଏହି ଜନ୍ମଦିନରେ ସେ କ୍ରିକେଟକୁ ଅଲବିଦା କହି ବସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ଭାରତ ପାଇଁ ଅଣ୍ଡର-୧୯ ଓ ଲିଷ୍ଟ ଏ ସ୍ତରରେ ବିସିସିଆଇ ମୋତେ ଖେଳିବାର ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି।


ଏହା ମୋ କ୍ରିକେଟ କ୍ୟାରିୟର ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ ଓ ବର୍ଗର ବିଷୟ ଥିଲା। ଦିଲ୍ଲୀ ଓ ଚେନ୍ନାଇର ପକ୍ଷରୁ ମୋତେ ଆଇପିଏଲରେ ସୁଯୋଗ ମିଳିଥିଲା। ବରିଷ୍ଠ ଖେଳାଳିଙ୍କ ସହ ଆଇପିଏଲରେ ଡ୍ରେସିଂ ରୁମ ଶେୟାର କରିବାର ସୁଯୋଗ ମିଳିଥିବାରୁ ମୁଁ ଦୁଇ ଦଳର ମାଲିକମାନଙ୍କୁ ଧନ୍ୟବାଦ ଜଣାଉଛି।

ବିଗତ ୫ ବର୍ଷ ଧରି ମୁଁ ଆହତ ସମସ୍ୟା ଦେଇ ଗତି କରୁଥିଲି। ହେଲେ ଇଣ୍ଡିଆ ସିମେଣ୍ଟ ମୋ ସହ ସବୁ ବେଳେ ରହିଥିଲା। ମାତ୍ର ୧୪ ବର୍ଷ ବୟସରୁ ତାମିଲନାଡୁ କ୍ରିକେଟ ଆସୋସିଏସନ ମୋତେ ସୁଯୋଗ ଦେଇଥିଲା। ଦୀର୍ଘ ୧୨ ବର୍ଷ ଧରି ଆସୋସିଏସନ ମୋ କ୍ୟାରିୟର ଗଢ଼ି ତୋଳିବାରେ ଅନେକ ସହାୟତା କରିଛି।”

The post ଜନ୍ମଦିନରେ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇର ଏହି ଦ୍ରୁତ ବୋଲର appeared first on Odisha Reporter.



from Odisha Reporter https://ift.tt/3nGYiDw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages