ତିରୁଅନନ୍ତପୁରମ: ବନ୍ଧରେ ବୁଡ଼ି ଯିବାରୁ ମାଲାୟାଲମ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ଅନୀଲ ନେଦୁମଙ୍ଗଦଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା।
ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ଅନୀଲ ତାଙ୍କ ସାଙ୍ଗମାନଙ୍କ ସହ ବନ୍ଧକୁ ଗାଧୋଇବାକୁ ଯାଇଥିଲା। ତେବେ ବନ୍ଧର ଅତି ଗଭୀର ସ୍ଥାନକୁ ଚାଲି ଯାଇଥିବାରୁ ଆଉ ବାହାରି ପାରି ନଥିଲେ। ଫଳରେ ସେ ବୁଡ଼ି ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଅନୀଲ ତାଙ୍କ ନୂଆ ଫିଲ୍ମର ଶୁଟିଂ ପାଇଁ ଥୋଡ୍ଡୁପୂଜାରେ ଥିବା ବେଳେ ଏହି ଅଘଟଣ ଘଟିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର କଳାକାର ଓ ଅନ୍ୟ ସମସ୍ତ ଲୋକ ଶୋକ ପ୍ରକାଶ କରିଛନ୍ତି। ସେ ଟିଭି ଆଙ୍କର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଫିଲ୍ମରେ କାମ କରିଥିଲେ।
The post ବନ୍ଧରେ ବୁଡ଼ି ଚଳଚ୍ଚିତ୍ର ଅଭିନେତାଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3hjTkKz
No comments:
Post a Comment