କଂଗ୍ରେସ ସହ ମେଣ୍ଟ କରିବା ନିଷ୍ପତ୍ତି ଭୁଲ୍ ଥିଲା: କୁମାରସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 5, 2020

କଂଗ୍ରେସ ସହ ମେଣ୍ଟ କରିବା ନିଷ୍ପତ୍ତି ଭୁଲ୍ ଥିଲା: କୁମାରସ୍ୱାମୀ

ବେଙ୍ଗାଲୁରୁ: କଂଗ୍ରେସ ସହିତ ମେଣ୍ଟ କରି ସରକାର ଗଢ଼ିବା ନିଷ୍ପତ୍ତି ଭୁଲ୍ ଥିଲା। କଂଗ୍ରେସ ଜାଲରେ ଜେଡିଏସ ପଡ଼ିଯାଇଥିଲା। ମେଣ୍ଟ କରିବାରୁ ଜେଡିଏସ ଏବେ ଦୁର୍ବଳ ହୋଇଯାଇଛି। କଂଗ୍ରେସ ଯେଉଁଭଳି ଧୋକ୍କା ଦେଇଛି ବିଜେପି ମଧ୍ୟ କେବେ ଏଭଳି ଧୋକ୍କା ଦେଇନି। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡିକେ କୁମାରସ୍ୱାମୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି କଂଗ୍ରେସ ସହିତ ମେଣ୍ଟ କରିବାରୁ ୧୨ ବର୍ଷରେ ଅର୍ଜନ କରିଥିବା ସମ୍ମାନ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ତେବେ ଏହି ଷଡ଼ଯନ୍ତ୍ର ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମାଙ୍କୁ ଦାୟୀ କରିଛନ୍ତି କୁମାରସ୍ୱାମୀ। ତେବେ ସିଦ୍ଧରମାୟା ପାଲଟା ଜବାବ ଦେଇ କହିଛନ୍ତି କୁମାରସ୍ୱାମୀ ମିଛ କହିବା ଏବଂ ଲୁହ ବୁହାଇବା ତାଙ୍କର ଏକ ଦକ୍ଷତା। ଯାହାକି ତାଙ୍କ ପରିବାରର ସଂସ୍କୃତିରେ ରହିଛି।

କୁମାରସ୍ୱାମୀ କହିଛନ୍ତି ଯେ ୨୦୦୬-୦୭ ମସିହାରେ ମୁଁ ମୁଖ୍ୟମନ୍ତ୍ରୀ ଥିବା ଦିନଠାରୁ ମୁଁ ୧୨ ବର୍ଷ ଧରି ରାଜ୍ୟବାସୀଙ୍କ ମଧ୍ୟରେ ସମ୍ମାନ ଏବଂ ସୌହାର୍ଦ୍ଦ୍ୟ ଲାଭ କରିଥିଲି। କିନ୍ତୁ କଂଗ୍ରେସ ସହ ହାତ ମିଳାଇ ସବୁକିଛି ହରାଇଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ହେବା ବେଳେ ସେ ଏହା କହିଛନ୍ତି। ବିଜେପି ସହ ମିଶି ଜେଡିଏସ ପୂର୍ବରୁ ସରକାର ଗଢ଼ିଥିଲା। ହେଲେ କଂଗ୍ରେସ ସହ ମେଣ୍ଟ କରିବା ପରେ ସେ କାନ୍ଦିବା ଆରମ୍ଭ କରିଥିଲେ। ୨୦୦୮ରେ ବିଜେପି ମୋତେ ଆଘାତ ଦେଇନଥିଲା ଯେଉଁଭଳି କଂଗ୍ରେସ ୨୦୧୮ରେ ଦେଇଛି ବୋଲି ସେ କହିଛନ୍ତି।

ଯେଉଁମାନେ ଜେଡିଏସ୍ ବିରୋଧରେ ପ୍ରଚାର କରୁଥିଲେ ସେମାନଙ୍କ ସହ ହାତ ମିଳାଇବା ଠିକ୍ ନୁହେଁ। କଂଗ୍ରେସ ଆମକୁ ବିଜେପିର ବି ଦଳ ବୋଲି କହିଥିଲା। କିନ୍ତୁ ଜେଡିଏସ ସୁପ୍ରିମୋ ଏଚଡି ଦେବ ଗୌଡାଙ୍କ ଜିଦ୍ ଯୋଗୁଁ ମେଣ୍ଟ ଗଠନ ହୋଇଥିଲା। ଆଉ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ବୋଲି କହିଛନ୍ତି। ହେଲେ ପରବର୍ତ୍ତୀ ପରିଣାମ ପାଇଁ ସେ ସୁପ୍ରିମୋ ବା ତାଙ୍କ ବାପାଙ୍କୁ ଦାୟୀ କରି ନାହାନ୍ତି।

ସୂଚନାଯୋଗ୍ୟ, ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲା। ଏହାପରେ କଂଗ୍ରେସ-ଜେଡି (ଏସ) ମେଣ୍ଟ କରି ବିଜେପିକୁ କ୍ଷମତାରୁ ଦୂରେଇ ରଖିଥିଲେ। ହେଲେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ କନ୍ଦଳ ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ବିଜେପି କ୍ଷମତାକୁ ଫେରିଛି।

The post କଂଗ୍ରେସ ସହ ମେଣ୍ଟ କରିବା ନିଷ୍ପତ୍ତି ଭୁଲ୍ ଥିଲା: କୁମାରସ୍ୱାମୀ appeared first on Odisha Reporter.



from Odisha Reporter https://ift.tt/3mQB9On

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages