ନୂଆଦିଲ୍ଲୀ: ନୂଆ ଚାଷୀ ଆଇନକୁ ବିରୋଧ ଏବେ ଭାରତରେ ଆଉ ସୀମିତ ହୋଇ ରହିନାହିଁ। ବିଦେଶରେ ମଧ୍ୟ ଚାଷୀ ଆଇନକୁ ନେଇ ବିରୋଧ ଦେଖା ଦେଇଛି। ବ୍ରିଟେନରେ ଥିବା ଭାରତୀୟ ରାଜରାସ୍ତାକୁ ଚାଷୀଙ୍କ ସମର୍ଥନରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏବେ ଏଥିରେ ସାମିଲ୍ ହୋଇଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟର ମଣ୍ଟି ପାନେସର୍।
We the people can put pressure @BorisJohnson to ask @narendramodi when will you make the amendments? #FarmerProtestHijacked #KissanVirodhiBJP #kissanprotest #FarmLaws https://t.co/pS22MIIZTX
— Monty Panesar (@MontyPanesar) December 9, 2020
ଭାରତରେ ଜାରି ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେ ଏକ ଭିଡିଓ ଶେଆର୍ କରିଛନ୍ତି। ଭିଡିଓରେ ବହୁ ଲୋକଙ୍କୁ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ପାନେସର ଭିଡିଓ ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ କରି ଲେଖିଛନ୍ତି, ଆପଣଙ୍କୁ ନିଜ ନିଷ୍ପତ୍ତି ବଦଳାଇବାର ସମୟ ଆସିଯାଇଛି। ଯେପର୍ଯ୍ୟନ୍ତ ଆପଣ ନିଷ୍ପତ୍ତି ନବଦଳାଇଛନ୍ତି, ସିଂହ (ଶିଖ୍)ମାନେ ଏହି ଆନ୍ଦୋଳନ ଜାରି ରଖିବେ। ପାନେସର ଏହି ଭିଡିଓରେ ଟିମ୍ ଇଣ୍ଡିଆର ଅଭିଜ୍ଞ ସ୍ପିନର ହରଭଜନ ସିଂହ ଓ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି।
ପାନେସର ଏହା ପୂର୍ବରୁ ମଧ୍ୟ ଚାଷୀଙ୍କୁ ସମର୍ଥନ କରି ଫଟୋ ଓ ଭିଡିଓ ଶେଆର୍ କରିଥିଲେ। ଭିଡିଓରେ କିଛି ଲୋକଙ୍କୁ ବ୍ରିଟେନରେ ଥିବା ଭାରତୀୟ ଦୂତାବାସ ବାହାରେ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚେତାବନୀ ଦେଲେ ଇଂଲଣ୍ଡ କ୍ରିକେଟର୍ appeared first on Odisha Reporter.
from Odisha Reporter https://ift.tt/370JucI
No comments:
Post a Comment