ମେଲବର୍ଣ୍ଣ: ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ତାଙ୍କ ଡେପୁଟି ଅଜିଙ୍କ୍ୟ ରାହଣେ କ୍ଷମା ମାଗିଥିଲେ। ଏକଥା ନିଜେ ରାହଣେ ଶୁକ୍ରବାର ସର୍ବସମ୍ମୁଖରେ କହିଛନ୍ତି। ପ୍ରଥମ ମ୍ୟାଚ୍ରେ ବିରାଟ ଓ ରାହଣେ ଏକାଠି ବ୍ୟାଟିଂ କରୁଥିଲେ। ତେବେ ଦମଦାର ବ୍ୟାଟିଂ କରୁଥିବା ବିରାଟ କୋହଲି ଦୁର୍ଭାଗ୍ୟବଶତଃ ରନ ଆଉଟ ହୋଇଯାଇଥିଲେ। ବିରାଟ ରନ୍ ଆଉଟ ହେବା ପଛରେ ରାହଣେଙ୍କ ଭୁଲ କଲ୍ ଥିଲା ବୋଲି ଭିଡିଓରୁ ସ୍ପଷ୍ଟ ଜଣାଡ଼ିଥିଲା।
ସେ ତୁରନ୍ତ ସେହି ପଡ଼ିଆରେ ବ୍ୟାଟ ଓ ହାତ ଉଠାଇ ବିରାଟଙ୍କୁ କ୍ଷମା ମାଗିଥିଲେ। ଇନିଂସ ଶେଷ ହେବା ପରେ ମଧ୍ୟ ରାହଣେ ଘଟଣା ପାଇଁ ଆଉ ଥରେ ବିରାଟଙ୍କୁ କ୍ଷମା ମାଗିଥିଲେ।
ଏ ସମ୍ପର୍କରେ ରାହଣେ କହିଛନ୍ତି, ଉକ୍ତ ଦିନର ଖେଳ ଶେଷ ହେବା ପରେ ମୁଁ ବିରାଟଙ୍କ ପାଖକୁ ଯାଇଥିଲି। ତାଙ୍କୁ ଦେଖା କରି ସରି କହିଥିଲି। ସେ ଏହାକୁ ବେଶ ସହଜରେ ଗ୍ରହଣ କରି ନେଇଥିଲେ। ଆମେ ରନ୍ ଆଉଟ ପୂର୍ବରୁ କେଉଁ ସ୍ଥିତିରେ ଥିଲୁ, ସେ ବିଷୟରେ ସମସ୍ତେ ଜାଣିଛନ୍ତି।
ଆମେ ଦୁଇ ଜଣ ଭଲ ବ୍ୟାଟିଂ ମଧ୍ୟ କରୁଥିଲୁ। କିନ୍ତୁ କ୍ରିକେଟରେ ଏମିତି ଘଟଣା ଘଟିଥାଏ। ଆମେ ଏହାକୁ ସମ୍ମାନ ଦେବା ଦରକାର ଓ ଆଗକୁ ବଢ଼ିବା ଦରକାର ବୋଲି ରାହଣେ କହିଛନ୍ତି।
ବିରାଟ ୭୪ ରନ୍ରେ ରନ ଆଉଟ ହେବା ପରେ ଅଷ୍ଟ୍ରେଲିଆ ମୋମେଣ୍ଟମ ପାଇ ଯାଇଥିବା କଥାକୁ ମଧ୍ୟ ରାହଣେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଆମେ ଦୁଇ ଜଣଙ୍କ ମଧ୍ୟରେ ଭଲ ଭାଗିଦାରୀ ହୋଇଥିଲା। ଅଷ୍ଟ୍ରେଲିଆ ସାମାନ୍ୟ ଚାପରେ ଥିଲା। ହେଲେ ଉକ୍ତ ରନ ଆଉଟ ହିଁ ଖେଳର ମୋଡ଼ ବଦଳାଇ ଦେଇଥିଲା। ଏହାପରେ ଅଷ୍ଟ୍ରେଲିଆ ଆଡ଼କୁ ମୋମେଣ୍ଟମ ଶିଫ୍ଟ କରି ଯାଇଥିଲା।
The post ଏହି କାରଣ ପାଇଁ ବିରାଟଙ୍କୁ କ୍ଷମା ମାଗିଥିଲେ ରାହଣେ appeared first on Odisha Reporter.
from Odisha Reporter https://ift.tt/2KszCAk
No comments:
Post a Comment