ପୁଣି ଗୋଟିଏ ଦେଶକୁ ଡେଇଁଲା ବ୍ରିଟେନ ଭାଇରସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 25, 2020

ପୁଣି ଗୋଟିଏ ଦେଶକୁ ଡେଇଁଲା ବ୍ରିଟେନ ଭାଇରସ

ପ୍ୟାରିସ: ବ୍ରିଟେନରେ ଆତଙ୍କ ସୃଷ୍ଟି କରିଥିବା କରୋନାର ନୂଆ ରୂପ ଏବେ ଫ୍ରାନ୍ସରେ ପ୍ରବେଶ କରିଛି। ଲଣ୍ଡନରୁ ନିକଟରେ ଫେରିଥିବା ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ନମୁନା ପରୀକ୍ଷା କରିବା ପରେ ସେ ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

ନଭେମ୍ବର ମାସରେ ବ୍ରିଟେନରେ କରୋନାର ଏହି ନୂଆ ରୂପ ଠାବ କରାଯାଇଥିଲା। ଦିନକୁ ଦିନ ଏହା ଦ୍ରୁତଗତିରେ ଲୋକଙ୍କୁ ସଂକ୍ରମିତ କରିବାରୁ ବ୍ରିଟେନ ପ୍ରଶାସନ ଲଣ୍ଡନ ଓ ଦକ୍ଷିଣ ଇଂଲଣ୍ଡରେ କଟକଣା ଲଗାଇଥିଲା। ସେହିପରି ନୂଆ ଷ୍ଟ୍ରେନର ଭୟାବହତା ଯୋଗୁ ଭାରତ ସମେତ ୫୦ଟି ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ବାତିଲ କରିଛନ୍ତି।

ଏବେ ଫ୍ରାନ୍ସରେ ବ୍ରିଟେନ ଷ୍ଟ୍ରେନ ଠାବ ହେବାରୁ ସେଠାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଡିସେମ୍ବର ୧୯ରେ ଲଣ୍ଡନରୁ ଜଣେ ବ୍ୟକ୍ତି ଫ୍ରାନ୍ସ ଆସିଥିଲେ। ସତର୍କତା ଦୃଷ୍ଟିରୁ ଡିସେମ୍ବର ୨୧ରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏବେ ତାଙ୍କ ଶରୀରରୁ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେ ନୂଆ ଷ୍ଟ୍ରେନରେ ଆକ୍ରାନ୍ତ ହୋଇଥିଲେ ହେଁ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇ ନଥିଲା। ସେହିପରି ସେ ଲଣ୍ଡନରୁ ଫେରିବା ପରେ ସେଣ୍ଟ୍ରାଲ ଫ୍ରାନ୍ସରେ ଥିବା ତାଙ୍କ ଘରେ ସେଲଫ ଆଇସୋଲେସନରେ ରହିଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲେ। ସେ ଯେହେତୁ ନୂଆ ଷ୍ଟ୍ରେନ୍‌ରେ ସଂକ୍ରମିତ ହୋଇଛନ୍ତି, ତେଣୁ ତାଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ ବୋଲି ବିଭାଗ କହିଛି।

ଫ୍ରାନ୍ସ ବ୍ୟତୀତ ଇଟାଲୀ, ଡେନମାର୍କ, ନେଦରଲ୍ୟାଣ୍ଡସ, ଅଷ୍ଟ୍ରେଲିଆ, ଇସ୍ରାଏଲ ଓ ନର୍ଦନ ଆର୍ୟରଲ୍ୟାଣ୍ଡରେ ମଧ୍ୟ କରୋନାର ନୂଆ ରୂପରେ ଲୋକେ ସଂକ୍ରମିତ ହୋଇଥିବା ଖବର ମିଳିଛି।

The post ପୁଣି ଗୋଟିଏ ଦେଶକୁ ଡେଇଁଲା ବ୍ରିଟେନ ଭାଇରସ appeared first on Odisha Reporter.



from Odisha Reporter https://ift.tt/34JksNW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages