ଯବାନ ପୁଅକୁ ମାରି ଫିଙ୍ଗିଦେଲା ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ଯବାନ ପୁଅକୁ ମାରି ଫିଙ୍ଗିଦେଲା ବାପା

ବଣାଇ (ରଞ୍ଜିତ ଚୌଧୁରୀ): ବାପା ଭୁଲିଗଲା ରକ୍ତ ସମ୍ପର୍କ। ଯବାନ ପୁଅକୁ ମାରି ଫିଙ୍ଗି ଦେଲା ଜଙ୍ଗଲରେ। ହେଲେ ଗାଁ ଲୋକ ଫିଟାଇ ଦେଲେ ଗୁମର। ଆଉ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା କାଲଟା ଫାଣ୍ଡି ଅଞ୍ଚଳରେ।

ମୃତ ଯୁବକଙ୍କ ନାଁ ସମରାନ ଡାଙ୍ଗ। ଅଭିଯୁକ୍ତ ତଥା ତାଙ୍କ ବାପାଙ୍କ ନାଁ ସନ୍ତୋଷ ଡାଙ୍ଗ।

ମିଳିଥିବା ସୂଚନା ଅନୁଯାୟୀ, ସମରାନ ଥିଲେ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କ ପୁଅ। ସେ ପ୍ରାୟ ପ୍ରତିଦିନ ମଦ ପିଇ ଘରକୁ ଆସୁଥିଲେ ଓ କଳି କରୁଥିଲେ। ଗତ ଶନିବାର ବି ସେ ମଦ ପିଇ ଘରକୁ ଆସିଥିଲେ ଓ ପାଟିତୁଣ୍ଡ କରିଥିଲେ। ଏଥିରେ ଅତିଷ୍ଠ ହୋଇ ସନ୍ତୋଷ ଟାଙ୍ଗିଆରେ ତାଙ୍କୁ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ସମରାନଙ୍କ ମୃତ୍ୟୁ ଘଟିଥିଲା।

ଏହା ପରେ ଘଟଣାକୁ ଲୁଚାଇବା ପାଇଁ ସନ୍ତୋଷ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହାୟତାରେ ସମରାନଙ୍କ ମୃତଦେହକୁ ନେଇ ମାତାଝର ଜଙ୍ଗଲର ଏକ ନାଳରେ ଫିଙ୍ଗି ଦେଇଥିଲେ। ସେମାନେ ମୃତଦେହର ଗୋଡ଼ହାତକୁ ରଶିରେ ବାନ୍ଧିବା ପରେ ଭାର ସାହାଯ୍ୟରେ ସେଠାକୁ ନେଇଥିଲେ।

ଗାଁ ଲୋକଙ୍କଠାରୁ ଘଟଣା ସଂପର୍କରେ ଖବର ପାଇବା ପରେ କୋଇଡ଼ା ଥାନା ପୁଲିସ୍ ସମରାନଙ୍କ ଶବକୁ ଜବତ କରିଥିଲା। ଏହା ପରେ ସନ୍ତୋଷଙ୍କୁ ଗିରଫ କରିବା ସହିତ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଥିଲା। ମୃତ ସମରାନଙ୍କ ସାବତ ମା’ଙ୍କୁ ପୁଲିସ୍ ଅଟକ ରଖିଛି ଓ ଘଟଣାର ଅଧିକ ତଦନ୍ତ କରୁଛି।

The post ଯବାନ ପୁଅକୁ ମାରି ଫିଙ୍ଗିଦେଲା ବାପା appeared first on Odisha Reporter.



from Odisha Reporter https://ift.tt/3nPYdxr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages