ବଲାଙ୍ଗିର (ଘଟେଶ୍ୱର ମିଶ୍ର): ପୁଣି ବଲାଙ୍ଗିରରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ଆଜି ସକାଳୁ ସକାଳୁ ଭିଜିଲାନ୍ସ ବିଭାଗ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବଲାଙ୍ଗିର ୱେସ୍କୋ ସୁପରିଟେଣ୍ଡେଣ୍ଟ ଅଫିସର୍ ଆକାଉଣ୍ଟାଣ୍ଟ ବିଭୂତି ଶଙ୍କର ବିନ୍ଧାଣୀଙ୍କ ଘରେ ଚଢ଼ାଉ କରିଛି। ବଲାଙ୍ଗିର ସର୍କିଟ ହାଇସ୍ ନିକଟରେ ଥିବା ତାଙ୍କ ଘର ଓ ପ୍ୟାଲେସରରେ ଥିବା ୱେସ୍କୋ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ହୋଇଛି।
ବିନ୍ଧାଣୀଙ୍କ ଘରୁ ନଗଦ ୧୬ଲକ୍ଷ ୩୨ ହଜାର ୨୫୦ ଟଙ୍କା ଜବତ ହୋଇଛି। ସେହିପରି କିଛି ସୁନା ଅଳଙ୍କାର ଓ ସୁନା ବିସ୍କୁଟ୍ ମଧ୍ୟ ଭିଲିଲାନ୍ସ ଜବତ କରିଛି। ତେବେ ଟଙ୍କା, ସୁନା, ଆଲିଶାନ କୋଠା, ଗାଡ଼ିର ଆକଳନ କରୁଛି ଭିଜିଲାନ୍ସ। ଘରୁ ମିଳିଥିବା ସେହି ୧୬ଲକ୍ଷ ଟଙ୍କା ଭିତରୁ ୧୪ଲକ୍ଷ ଟଙ୍କା ଶାଳୀର ହୋଇଥିବା ଆକାଉଣ୍ଟାଣ୍ଟ ସଫେଇ ଦେଇଛନ୍ତି। ଏପରିକି ତାଙ୍କର ଆୟବହିର୍ଭୁତ ସମ୍ପତ୍ତି ନଥିବା ମଧ୍ୟ କହିଛନ୍ତି ବିନ୍ଧାଣୀ। ଅନ୍ୟପଟେ ବିନ୍ଧାଣୀଙ୍କ ଘରୁ ବିପୁଳ ପରିମାଣର ଆୟବର୍ହିଭୁତ ସଂପତ୍ତି ବାହାରିବ ବୋଲି ଅନୂମାନ କରିଛି ଭିଜିଲାନ୍ସ।
ଏହା ପୂର୍ବରୁ ସୋମବାର ବଲାଙ୍ଗିର ଶିକ୍ଷା ବିଭାଗର ନିଲମ୍ବିତ କନିଷ୍ଠ କିରାଣୀ ପ୍ରମୋଦ ରଥଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଜେରା ବେଳେ ପ୍ରମୋଦଙ୍କ ଘରୁ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏଥିସହ ତାଙ୍କ ପାଖରୁ ୬ଟି ବୁଲେଟ ମଧ୍ୟ ମିଳିଛି। ବର୍ଷକ ତଳେ ନିଲମ୍ବିତ କିରାଣୀଙ୍କ ନାଁରେ ଜାଲ କାଗଜପତ୍ରରେ କୋଟି କୋଟି ଟଙ୍କା ହଡପ କରିନେଇଥିବା ନେଇ ଅଭିଯୋଗ ହୋଇଥିଲା। ତଦନ୍ତ ପରେ କନିଷ୍ଠ କିରାଣୀ ପ୍ରମୋଥ ରଥ ଏବଂ ବିଇଓ ରିଚପାଲ ସାଗରଙ୍କୁ ନିଲମ୍ବିତ କରିଥିଲା ଶିକ୍ଷା ବିଭାଗ।
The post ‘ଏ ଟଙ୍କା ମୋର ନୁହେଁ, ମୋ ଶାଳୀ ଦେଇଥିଲା’ appeared first on Odisha Reporter.
from Odisha Reporter https://ift.tt/34VrZcn
No comments:
Post a Comment