କୃଷି ଆଇନ୍ ଲାଗୁ ପାଇଁ ବିଜ୍ଞପ୍ତି ଜାରି କଲା ଶାସକ ଆପ୍ , ବର୍ଷିଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 1, 2020

କୃଷି ଆଇନ୍ ଲାଗୁ ପାଇଁ ବିଜ୍ଞପ୍ତି ଜାରି କଲା ଶାସକ ଆପ୍ , ବର୍ଷିଲେ ବିରୋଧୀ

ନୂଆଦିଲ୍ଲୀ: ସେପ୍ଟେମ୍ୱରରେ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଧାରଣାରେ ବସିଛନ୍ତି। ଏହାରି ଭିତରେ ଗୋଟିଏ ଆଇନକୁ ଦିଲ୍ଲୀ ସରକାର ଲାଗୁ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଆଉ ଦୁଇଟି ଆଇନ ବାବଦରେ ବିଚାର ବିମର୍ଶ କରୁଛନ୍ତି ଦିଲ୍ଲୀର କେଜ୍ରିଓ୍ୱାଲ ସରକାର। ଏହାକୁ ନେଇ ବିରୋଧୀ ଏବେ ଆମ୍ ଆଦମୀ ପାର୍ଟିକୁ ଘେରିଛନ୍ତି।

ବିଜେପି ସାଂସଦ ମନୋଜ ତିଓ୍ୱାରୀ କହିଛନ୍ତି, ଦିଲ୍ଲୀ ସରକାରର ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଗୋଟିଏ ପଟେ ଆଇନକୁ ଲାଗୁ କରୁଛନ୍ତି ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସାରା ଦେଶକୁ ଭ୍ରମିତ କରୁଛି ଆମ୍ ଆଦମୀ ପାର୍ଟି।

ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି, ଚାଷୀ ଧାରଣାରେ ବସିଛନ୍ତି। ଏହି ସମୟରେ କୃଷି ଆଇନକୁ ଲାଗୁ କରିଛନ୍ତି ଦିଲ୍ଲୀ ସରକାର। ଅନ୍ୟପଟେ ଚାଷୀଙ୍କ ଧାରଣାକୁ ଆମ୍ ଆଦମୀ ପାର୍ଟି ସମର୍ଥନ କରୁଛି। ଏହା ଲୋକଦେଖାଣିଆ ଛଡ଼ା କିଛି ନୁହେଁ।

ଜବାବରେ ଆମ୍ ଆଦମୀ ପାର୍ଟି କହିଛି, କେନ୍ଦ୍ରର ଏହି ତିନି ଆଇନ୍ ଲୋକସଭା ଏବଂ ରାଜ୍ୟସଭାରେ ପାରିତ ହେବା ପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଏହି ବିଲକୁ ଖାରଜ କରିବା ପାଇଁ କୌଣସି ରାଜ୍ୟ ପାଖରେ କ୍ଷମତା ନାହିଁ। କେନ୍ଦ୍ର ସରକାର ହିଁ ଏହି ଆଇନକୁ କେବଳ ପ୍ରତ୍ୟାହାର କରିପାରିବେ। ଏମଏସପିକୁ ନେଇ ଚାଷୀ ମାନେ ଆନ୍ଦୋଳନ କରୁଛନ୍ତି। ଦଳ ଏହାକୁ ସମର୍ଥନ କରୁଛି।

ଦିଲ୍ଲୀ ସରକାର କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା)କୁ ଲାଗୁ କରିଥିବା ବେଳେ କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଚୁକ୍ତିନାମା, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବାବଦରେ ବିଚାର ବିମର୍ଶ କରୁଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

The post କୃଷି ଆଇନ୍ ଲାଗୁ ପାଇଁ ବିଜ୍ଞପ୍ତି ଜାରି କଲା ଶାସକ ଆପ୍ , ବର୍ଷିଲେ ବିରୋଧୀ appeared first on Odisha Reporter.



from Odisha Reporter https://ift.tt/39LfjbB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages