ଅଧିକାଂଶ ଲୋକଙ୍କ ଚା’ରୁ ଆରମ୍ଭ ହୋଇଥାଏ ନୂଆ ସକାଳ। ଅଫିସ ବା କୌଣସି କାମରୁ ଥକି ଯାଇଥିବା କଛି ଲୋକଙ୍କ ପାଇଁ ଚା’ ଏନର୍ଜି ଡ୍ରିଙ୍କ ଭଳି କାମ କରେ ତ ଆଉ କାହାର ପାଟିର ସ୍ୱାଦ ବଦଳାଇ ଦିଏ । ଯଦି ଏହି ଚା’ ମାଟି କପରେ ଥାଏ ତେବେ ତା’ର ମଜା ଟିକେ ନିଆରା । କାଚ, ସେରାମିକ, ମେଟାଲ ବା ଡିସ୍ପୋଜାଲ କପ୍ ବଦଳରେ ଅନେକ ଲୋକେ ମାଟି କପରେ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଏହି ଇକୋଫ୍ରେଣ୍ଡଲି ମାଟି କପରେ ଚା’ ପିଇବା ଦ୍ୱାରା ସ୍ୱାଦ ବଢ଼ିବା ସହ ଏହାର ଅନେକ ଫାଇଦା ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏ ବିଷୟରେ
- ମାଟି କପରେ ଗରମ ଚା’ ପଡିବା କ୍ଷଣି ମାଟିର ସୁନ୍ଦର ବାସ୍ନା ବାହାରିଥାଏ। ଏହି ବାସ୍ନା ମନକୁ ବେଶ ଆନନ୍ଦିତ କରିଦେଇଥାଏ। ଅବସାଦରେ ଥିବା ଲୋକଙ୍କ ମନ ପ୍ରଫୁଲ୍ଲିତ ହୋଇଯାଏ।
- ମାଟି କପ୍ ପୁରାପୁରି ହାଇଜେନିକ ହୋଇଥାଏ। ଏଥିରେ ଜୀବାଣୁ ବ୍ୟାପିବା ସମ୍ଭବାନ ବହୁ କମ। କାଚ ଗ୍ଲାସ ଅପେକ୍ଷା ମାଟି କପରେ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର। ମାଟି କପ ବଭିନ୍ନ ସଂକ୍ରମଣରୁ ମଧ୍ୟ ଦୂରେଇ ରଖିଥାଏ।
- ମାଟି ପାତ୍ରରେ ଯେଉଁ ସୁକ୍ଷ୍ମ ତତ୍ତ୍ୱ ରହିଥାଏ, ତାହା ଆମ ଶରୀରର ହାଡ ପାଇଁ ଲାଭଦାୟକ । ମାଟିରେ କ୍ୟାଲସିଅମ ଭରପୁର ମାତ୍ରାରେ ରହିଥାଏ। ତେଣୁ ଏଥିରେ ଚା’ ପିଇବା ଦ୍ୱାରା ଆମ ଶରୀରକୁ କିଛି ନା କିଛି ମାତ୍ରାରେ କ୍ୟାଲସିଅମ ମିଳିଥାଏ, ଯାହାଦ୍ୱାରା ଆମ ହାଡ ମଜଭୁତ ହୁଏ।
- ମାଟି କପରେ ଚା’ ପିଇଲେ ହଜମ ଶକ୍ତି ମଧ୍ୟ ବଢ଼ିଥାଏ। ମାଟିରେ ତିଆରି କପରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ବା ଖରାପ ଜୀବାଣୁ ନଥାଏ। ଅନ୍ୟ ଡିସ୍ପୋଜାଲ କପ୍ ବଦଳରେ ଏହା ଅଧିକ ହିତକର। ଡିସ୍ପୋଜାଲ କପରେ ଗରମ ଚା’ ପିଇବା ଦ୍ୱାରା ଏଥିରେ ଥିବା ଏସିଡ ପେଟକୁ ଯାଇ ଆମ ଅନ୍ତନଳୀରେ ଜମା ହୋଇଯାଏ। ଫଳରେ ପେଟ ଖରାପ ହେବା ସହ କ୍ୟାନସର ଭିଳ ମାରାତ୍ମକ ରୋଗର ବିପଦ ରହିଥାଏ ।
- ମଣିଷ ଶରୀରରେ ଆସିଡିଟି ହେବା ଫଳରେ ହଜମ ପ୍ରକ୍ରିୟା ସହ ଜଡିତ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ। ମାଟି ପାତ୍ରରେ କ୍ଷରିୟ ଗୁଣ ଭରପୁର ମାତ୍ରାରେ ଥାଏ। ତେଣୁ ମାଟି ପାତ୍ରରେ ଚା’ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା କମ ହେବା ସହ ପେଟ ପୋଡା ଜଳା ମଧ୍ୟ ହୁଏ ନାହିଁ ।
- ପୂର୍ବେ ଗାଁ ଗହଳିରେ କେବଳ ମାଟ ପାତ୍ରର ବ୍ୟବହାର କରାଯାଉଥିଲା, ଏବେ ସହରରେ ମଧ୍ୟ ଏହାର ଡିମାଣ୍ଡ ବଢ଼ିଗଲାଣି। ଚା’ ପିଇବା ପାଇଁ ଅଧିକାଂଶ ମାଟି କପର ବ୍ୟବହାର କରୁଛନ୍ତି। ବିଶେଷକରି କରୋନା କାଳରେ ସୁରକ୍ଷିତ ଓ ହାଇଜେନିକ ରହିବା ପାଇଁ ଏଥିରେ ଚା’ ପିଇବା ପାଇଁ ଅଧିକାଂଶ ପସନ୍ଦ କରନ୍ତି। ଏହାଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା କମ ରହିଥାଏ।
The post ଜାଣନ୍ତୁ ମାଟି କପରେ ଚା’ ପିଇବା ଫାଇଦା appeared first on Odisha Reporter.
from Odisha Reporter https://ift.tt/34SlF5m
No comments:
Post a Comment