ଏନକାଉଣ୍ଟର ବେଳେ ପରିବାର ଲୋକଙ୍କ କଥା ଶୁଣିଲେ ଆତଙ୍କୀ, କଲେ ଆତ୍ମସମର୍ପଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 21, 2020

ଏନକାଉଣ୍ଟର ବେଳେ ପରିବାର ଲୋକଙ୍କ କଥା ଶୁଣିଲେ ଆତଙ୍କୀ, କଲେ ଆତ୍ମସମର୍ପଣ

କୁଲଗାମ: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। କୁଲଗାମର ଟୋଙ୍ଗଡୋଉନ ଠାରେ ଚାଲିଥିବା ଏନକାଉଣ୍ଟର ବେଳେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତାଏବାର ଦୁଇ ଜଣ ସ୍ଥାନୀୟ ସଦସ୍ୟ ସୁରକ୍ଷାକର୍ମୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଲଢ଼େଇ ଚାଲିଥିବା ବେଳେ ଦୁଇ ଆତଙ୍କବାଦୀଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୁଇ ଆତଙ୍କୀଙ୍କୁ ବାରମ୍ବାର ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ। ଆତ୍ମସମର୍ପଣ କଲେ ଜୀବନ ବଞ୍ଚିଯିବ ବୋଲି ବୁଝାଇଥିଲେ।

ଶେଷରେ ପରିବାର ଲୋକଙ୍କ କଥା ଶୁଣି ଦୁଇ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନିକଟରୁ ବହୁ ପରିମାଣର ଆପତ୍ତିଜନକ ସାମଗ୍ରୀ ସହ ଦୁଇଟି ପିସ୍ତଲ ଓ ଗୁଳିଗୋଳା ଜବତ ହୋଇଛି। ସୁରକ୍ଷାକର୍ମୀ ଏଗୁଡ଼ିକ ଜବତ କରି ଦୁଇ ଆତଙ୍କୀଙ୍କୁ ପଚରାଉଚରା କରୁଛନ୍ତି।

The post ଏନକାଉଣ୍ଟର ବେଳେ ପରିବାର ଲୋକଙ୍କ କଥା ଶୁଣିଲେ ଆତଙ୍କୀ, କଲେ ଆତ୍ମସମର୍ପଣ appeared first on Odisha Reporter.



from Odisha Reporter https://ift.tt/3nGwDT4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages