ମହିଳାଙ୍କୁ ଗଣଦୁଷ୍କର୍ମ କରି ସ୍ୱାମୀକୁ ନେଇଗଲେ ଅଭିଯୁକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ମହିଳାଙ୍କୁ ଗଣଦୁଷ୍କର୍ମ କରି ସ୍ୱାମୀକୁ ନେଇଗଲେ ଅଭିଯୁକ୍ତ

ରାଞ୍ଚି: ସ୍ୱାମୀ ଓ ଛୁଆ ସାମ୍ନାରେ ମହିଳା ଦୁଷ୍କର୍ମର ଶିକାର। ଘରକୁ ଫେରୁଥିବା ବେଳେ ମହିଳା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏଭଳି କୁତ୍ସିତ କାରନାମା ଝାଡଖଣ୍ଡର ଡୁମକାରେ ହୋଇଥିବା ଜଣାପଡ଼ିଛି। ଏ ନେଇ ଏକ ଏଫଆଇଆର ରୁଜୁ ହୋଇଛି। ପୁଲିସ ଏବେ ତଦନ୍ତ କରୁଛି। ମଙ୍ଗଳବାର ମଫାସିଲ୍ ଥାନା ଅଧୀନରେ ଏହି ଅଭାବନୀୟ, ଅମାନବୀୟ ଘଟଣା ଘଟଛି।

ସ୍ୱାମୀ, ସ୍ତ୍ରୀ ଏବଂ ତାଙ୍କ ପାଞ୍ଚ ଛୁଆ ମେଳାରୁ ଘରକୁ ଫେରୁଥିଲେ। ରାସ୍ତାରେ ଆସିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇଥିଲେ। ଏହାପରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ପରେ ଅଭିଯୁକ୍ତମାନେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଣଙ୍କ ମହିଳାଙ୍କ ସ୍ୱାମୀଙ୍କୁ ବନ୍ଧକ ରଖି ପରେ ଦୁଷ୍କର୍ମ କରିଥିବା କୁହାଯାଉଛି।

ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ଝଡ଼ଖଣ୍ଡର କଂଗ୍ରେସ ସରକାର ବେଳେ ମହିଳା ଅସୁରକ୍ଷିତ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି। ବିଜେପି ସଭାପତି ଦୀପକ ପ୍ରକାଶ ଟ୍ୱିଟରରେ ଲେଖିଛନ୍ତି, “ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବାରେ ରାଜ୍ୟ ବିଫଳ, ପୁଣି ଥରେ ଜଣେ ଆଦିବାସୀ ମହିଳାଙ୍କ ସହିତ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ଯାହାକି ଆଶ୍ଚର୍ଯ୍ୟଜନକ। କେତେ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମଉନ ବାବା ହୋଇ ରହିବେ? ଏହି ସରକାର ଆସିବାଠାରୁ ରାଜ୍ୟରେ ସମସ୍ତ ପ୍ରକାର ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି କିନ୍ତୁ ସରକାର କେବଳ ଚୋରା ଚାଲାଣ ଏବଂ ବେଆଇନ ଖଣି କାର୍ଯ୍ୟରେ ନିୟୋଜିତ ଅଛନ୍ତି’।

The post ମହିଳାଙ୍କୁ ଗଣଦୁଷ୍କର୍ମ କରି ସ୍ୱାମୀକୁ ନେଇଗଲେ ଅଭିଯୁକ୍ତ appeared first on Odisha Reporter.



from Odisha Reporter https://ift.tt/3m2SFhk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages