‘ଦେଶରେ ଚାଷୀ ଆନ୍ଦୋଳନ ପଛରେ ପାକିସ୍ତାନ ଏବଂ ଚାଇନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

‘ଦେଶରେ ଚାଷୀ ଆନ୍ଦୋଳନ ପଛରେ ପାକିସ୍ତାନ ଏବଂ ଚାଇନା’

ଔରାଙ୍ଗାବାଦ: ଦେଶରେ ଚାଷୀ ଆନ୍ଦୋଳନ ତୀବ୍ର ହେବା ପଛରେ ପାକିସ୍ତାନ ଏବଂ ଚାଇନାର ହାତ ରହିଛି। କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନଭେ ବୁଧବାର ଏହା କହିଛନ୍ତି। ସଂଶୋଧିତ ନାଗରିକତା ଅଧିନିୟମ (ସିଏଏ) ଏବଂ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏଆରସି)କୁ ନେଇ ମୁସଲମାନଙ୍କୁ ବିଭ୍ରାନ୍ତି କରାଯାଇଥିଲା। ଏଯାବତ କୌଣସି ମୁସଲମାନ ଦେଶ ଛାଡ଼ିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଉଦ୍ୟମ ସଫଳ ହୋଇନି। ଏବେ ସବୁ ବିଫଳ ହେବାରୁ ଚାଷୀଙ୍କୁ ଭ୍ରମିତ କରାଯାଉଛି ବୋଲି ଦାନଭେ କହିଛନ୍ତି।

ବୁଧବାର କେନ୍ଦ୍ରମନ୍ତ୍ରୀ ମହାରାଷ୍ଟ୍ରର ଜାଲନା ଜିଲ୍ଲାରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ କରିଥିଲେ। ଏହି ଅବସରରେ ସେ ଏଭଳି ମତ ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି କୃଷକମାନଙ୍କର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ନିଷ୍ପତ୍ତି କୃଷକଙ୍କ ବିରୋଧରେ ହେବ ନାହିଁ ବୋଲି ସେ କହିଛନ୍ତି।

ପୂର୍ବରୁ ସମସ୍ତ ଉଦ୍ୟମ ସଫଳ ହୋଇପାରି ନାହିଁ। ଏବେ ଚାଷୀମାନଙ୍କୁ ମୋହରା କରି ଭ୍ରମିତ କରାଯାଉଛି ବୋଲି ସେ କହିଛନ୍ତି। ଏହା ଦେଶର ଅନ୍ୟତମ ଷଡ଼ଯନ୍ତ୍ର। ଚାଷୀ ଆନ୍ଦୋଳନ ପଛରେ ଉଭୟ ପଡୋଶୀ ଦେଶ ଅଛନ୍ତି ବୋଲି କହିଛନ୍ତି। ହେଲେ କେଉଁ ଆଧାରରେ ମନ୍ତ୍ରୀ କହିଛନ୍ତି ତାହା ସ୍ପଷ୍ଟ କରି ନାହାନ୍ତି।

ତେବେ କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ କଟାକ୍ଷ କରିଛି ଶିବସେନା। ଶିବସେନା ମୁଖପାତ୍ର ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରବିନ୍ଦ ସାୱନ୍ତ କହିଛନ୍ତି ଯେ ମହାରାଷ୍ଟ୍ରରେ କ୍ଷମତା ହରାଇବା କାରଣରୁ ବିଜେପି ନେତା ନିଜ ଅସ୍ଥିତ୍ୱ ହରାଇଛନ୍ତି। ସେମାନେ ଏବେ କଣ କହୁଛନ୍ତି, କଣ କରୁଛନ୍ତି ଧାରଣା ନାହିଁ ବୋଲି ସାଓ୍ୱନ୍ତ କହିଛନ୍ତି।

The post ‘ଦେଶରେ ଚାଷୀ ଆନ୍ଦୋଳନ ପଛରେ ପାକିସ୍ତାନ ଏବଂ ଚାଇନା’ appeared first on Odisha Reporter.



from Odisha Reporter https://ift.tt/3n8JP2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages