ନୂଆଦିଲ୍ଲୀ: ଦେଶରେ ତେଲ ଦର ଏବେ ଶତକ ମୁହାଁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ କମ୍ ରହିଥିବା ବେଳେ ତେଲ ଦର ଆକାଶ ଏବେ ଆକାଶ ଛୁଆଁ। ମୁମ୍ୱାଇରେ ୯୦ ଟଙ୍କା ଉପରେ ରହିଛି ପେଟ୍ରୋଲ ଦର। ଯେଉଁ ହାରରେ ତେଲ ଦର ବଢ଼ୁଛି ସେମିତି ହେଲେ ଜାନୁଆରୀ ଅଧା ବେଳକୁ ପେଟ୍ରୋଲ ୯୫ ଟଙ୍କା ଛୁଇଁବ ଓ ଫେବୃଆରୀ ଶେଷ ବେଳକୁ ଶତକ ମାରିବା ଏକ ପ୍ରକାର ସୁନିଶ୍ଚିତ। ହେଲେ ତିନି ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି। ତେଲ ଦର ବଢ଼ିବା ପରେ ଖାଦ୍ୟ ସାମଗ୍ରୀର ଦର ଦାମ ମଧ୍ୟ ବଢ଼ିଛି। ଏହାକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରିଛନ୍ତି।
କେରଳର ଅର୍ଥମନ୍ତ୍ରୀ ଥୋମାସ୍ ଟ୍ୱିଟ୍ କରି ତେଲ ଦର ବଢ଼ିବା ପଛର କାରଣ କହିଛନ୍ତି। ବିଗତ ୧୮ ଦିନରେ ପେଟ୍ରୋଲ ୪ ପ୍ରତିଶତ ଏବଂ ଡିଜେଲ ଦାମ ୫ ପ୍ରତିଶତ ବଢ଼ିଛି। କେନ୍ଦ୍ର ସରକାରଙ୍କ ଏକସାଇଜ୍ ଡ୍ୟୁଟି ପାଇଁ ତେଲ ଦର ଏବେ ବଢ଼ିଛି ବୋଲି ସେ କହିଛନ୍ତି। ସରକାର ତୁରନ୍ତ ଏକସାଇଜ୍ ଡ୍ୟୁଟି କମାଇବା ଦରକାର ବୋଲି ଥୋମାସ କହିଛନ୍ତି।
Over the last 18 days petrol price has risen by 4% and diesel price by 5% because of the central government’s tax policy. Reduce the central customs excise duty and bring down inflation and provide relief to people. Prevent the economy from slipping into stagflation.
— Thomas Isaac (@drthomasisaac) December 10, 2020
ଦୀପାବଳି ପରଠାରୁ ତେଲ ଦର ଅଧିକ ବଢ଼ିଛି। ଏଯାବତ ପେଟ୍ରୋଲ ଅଢ଼େଇ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ବେଳେ ଡିଜେଲ ତିନି ଟଙ୍କା ମହଙ୍ଗା ହୋଇଛି। ନଭେମ୍ବର ୨୦ ଠାରୁ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦାମ ଲିଟର ପିଛା ୩.୪୧ ଟଙ୍କା ବୃଦ୍ଧି ପାଇଛି।
ଦେଶର ରାଜଧାନୀ ଦିଲ୍ଲୀରେ ଡିସେମ୍ବର ୧୦ରେ ପେଟ୍ରୋଲ ଲିଟର ପିଛା ୮୩.୭୧ ଟଙ୍କା ରହିଛି। ଏଥି ସହିତ ଡିଜେଲ ଲିଟର ପିଛା ୭୩.୮୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୩୪ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୮୦.୫୧ ପଇସା ରହିଛି। ପେଟ୍ରୋଲ ଲିଟର ପିଛା ୧.୩୭ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ୧.୪୫ ପଇସା ବଢ଼ିଛି।
The post ୯୦ ଟପିଲା ତେଲ ଦର, କେନ୍ଦ୍ରକୁ ଦାୟୀ କଲେ ଥୋମାସ୍ appeared first on Odisha Reporter.
from Odisha Reporter https://ift.tt/2VXGnfg
No comments:
Post a Comment