କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳରୁ କାମ ସାରି ଘରକୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆଉ ଜଣେ ମହିଳା ଗୁରୁତର ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଖଟୁଆହତାଠାରେ ଘଟିଛି। ମୃତ ମହିଳାଦ୍ୱୟ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ବାଲିସାହି ଗାଁର ଲକ୍ଷ୍ମୀ ନାୟକ ଓ ନିରେଇ ଦାସ। ଗୁରତର ହେଲେ ପୁଷ୍ପାଞ୍ଜଳି ବେହେରା।
ସୂଚନାଯୋଗ୍ୟ, ଏକ କାର୍ ଯୋଗେ ଢେଙ୍କାନାଳରୁ କାମ ସାରି ଉକ୍ତ ୩ ମହିଳା ଗତକାଲି ସନ୍ଧ୍ୟାରେ ଘରକୁ ଫେରୁଥିଲେ। ମାତ୍ର ସନ୍ଧ୍ୟା ବେଳେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଖଟୁଆହତାଠାରେ କାର୍ଟି ଭାରସାମ୍ୟ ହରାଇ ଏକ କଲଭର୍ଟରେ ପିଟି ହୋଇଥିଲା।
ପୁଲିସ୍ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ନିରେଇଙ୍କ ମୃତ୍ୟୁ ଘଟିଛି ।
The post କଲଭର୍ଟରେ ପିଟି ହେଲା କାର୍ appeared first on Odisha Reporter.
from Odisha Reporter https://ift.tt/37BJWgK
No comments:
Post a Comment