ଟି-୨୦ ସିରିଜ ଜିତିବା ପରେ ବିରାଟ ସୃଷ୍ଟି କଲେ ନୂଆ ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ଟି-୨୦ ସିରିଜ ଜିତିବା ପରେ ବିରାଟ ସୃଷ୍ଟି କଲେ ନୂଆ ରେକର୍ଡ

ସିଡ୍‌ନୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ ବିଜୟୀ ହୋଇ ଟିମ୍‌ ଇଣ୍ଡିଆ ୨-୦ରେ ସିରିଜ ଦଖଲ କରିନେଇଛି। ଏହି ବିଜୟ ସହ ଭାରତ ଲଗାତର ୧୦ଟି ଟି-୨୦ ମ୍ୟାଚ୍‌ ଜିତିବାର ରେକର୍ଡର ଅଧିକାରୀ ହୋଇଛି। ୨୦୧୯ ଡିସେମ୍ବର ମାସରୁ ବିରାଟ ବାହିନୀ ଏଯାଏ ଗୋଟିଏ ହେଲେ ବି ଟି-୨୦ ମ୍ୟାଚ୍‌ ହାରିନାହିଁ।

ରବିବାର ବିଜୟ ସହ ଶୃଙ୍ଖଳା ଦଖଲ ପରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନାଁରେ ନୂଆ ରେକର୍ଡ ଯୋଡ଼ି ହୋଇଯାଇଛି। ସେ ଭାରତର ପ୍ରଥମ ଅଧିନାୟକ ଯିଏ ଦକ୍ଷିଣ ଆଫ୍ରକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଟି-୨୦ ସିରିଜ୍‌ ଜିତିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ବିରାଟ କୋହଲିଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି କେବଳ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାରେ ଟି-୨୦ ସିରିଜ୍‌ ଜିତିଥିଲେ। ତାଙ୍କ ପାଖରେ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍‌ ଜିତିବାର ସୁଯୋଗ ଥିଲା। କିନ୍ତୁ ଉଭୟ ଦେଶରେ ଦଳକୁ ପରାସ୍ତ ହେବାକୁ ପଡ଼ିଥିଲା।

୨୦୧୮ରେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଟି-୨୦ ସିରିଜ ଜିତିଥିଲା। ଚଳିତ ବର୍ଷ ପ୍ରଥମ ଭାଗରେ ଦଳ ନ୍ୟୁଜିଲ୍ୟାଣ୍ଡକୁ ତା’ରି ମାଟିରେ ୫-୦ରେ ପରାସ୍ତ କରିଥିଲା। ଏବେ ବିରାଟ ବାହିନୀ ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ଆଗୁଆ ୨-୦ରେ କବଜା କରିନେଇଛି।

ଖାଲି ସେତିକି ନୁହେଁ, ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସିସିଙ୍କ ପରେ ବିରାଟ ଦ୍ୱିତୀୟ କ୍ୟାପ୍ଟେନ ଭାବେ ଅଷ୍ଟ୍ରେଲିଆରେ ସବୁ ଫର୍ମାଟର ସିରିଜ୍‌ ଜିତିବାର ରେକର୍ଡ କରିଛନ୍ତି। ୨୦୧୮-୧୯ରେ ବିରାଟଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ ସିରିଜ୍‌ ଦଖଲ କରିଥିଲା। ଏହାପରେ ଦଳ ଦିନିକିଆ ସିରିଜ୍‌ ମଧ୍ୟ ଜିତିଥିଲା।

ଏଥର ଦଳ ଅଷ୍ଟ୍ରେଲିଆ ଗସ୍ତ ପରାଜୟରୁ ଆରମ୍ଭ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଦିନିକିଆ ହାରିବା ପରେ ବିରାଟ ବାହିନୀ ତୃତୀୟ ଦିନିକିଆରେ ବିଜୟ ହୋଇଥିଲା।

ଏହାପରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହୋଇଥିଲା। ଲଗାତର ୨ଟି ଯାକ ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ସିରିଜ୍‌ ଜିତି ନେଇଛି। ମଙ୍ଗଳବାର ସିରିଜର ଶେଷ ମ୍ୟାଚ୍‌ ଖେଳାଯିବ।

The post ଟି-୨୦ ସିରିଜ ଜିତିବା ପରେ ବିରାଟ ସୃଷ୍ଟି କଲେ ନୂଆ ରେକର୍ଡ appeared first on Odisha Reporter.



from Odisha Reporter https://ift.tt/36PAck0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages