ମହାକାଶ ଷ୍ଟେସନକୁ ଖ୍ରୀଷ୍ଟମାସ ଗିଫ୍ଟରେ ଗଲେ ୪୦ ମୂଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 6, 2020

ମହାକାଶ ଷ୍ଟେସନକୁ ଖ୍ରୀଷ୍ଟମାସ ଗିଫ୍ଟରେ ଗଲେ ୪୦ ମୂଷା

କେପ୍ କାନାଭେରାଲ୍: ସ୍ପେଶ ଏକ୍ସ ତା’ର ଡ୍ରାଗନ ଶିପ୍‌ରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ(ଆଇଏସଏସ)କୁ ଖ୍ରୀଷ୍ଟମାସ ଗିଫ୍ଟ ପଠାଇଛି। ଏହାପୂର୍ବରୁ ସ୍ପେଶ ଏକ୍ସ ମଧ୍ୟ ଡ୍ରାଗନ ଶିପ ମହାକାଶକୁ ପଠାଇଥିଲା। ଏହାର ଅର୍ଥ ପ୍ରଥମଥର ପାଇଁ ଅରବିଟ୍‌ରେ ଦୁଇଟି ଡ୍ରାଗନ ଏକାଠି ହେବାକୁ ଯାଉଛନ୍ତି। ଗିଫ୍ଟ ନେଇ ମହାକାଶ ଷ୍ଟେସନ ଅଭିମୁଖେ ଯାତ୍ରା କରିଥିବା ଡ୍ରାଗନଟି ସୋମବାର ସେଠାରେ ପହଞ୍ଚିବ। ଏହାପରେ ସେଠାରେ ପୂର୍ବରୁ ୪ ଜଣ ମହାକାଶଚାରୀଙ୍କୁ ନେଇ ଯାଇଥିବା ଡ୍ରାଗନ ସହ ସାମିଲ ହେବ।

ସ୍ପେଶ ଏକ୍ସ ପକ୍ଷରୁ ‘ଡ୍ରାଗନ୍‌’ରେ ଖ୍ରୀଷ୍ଟମାସ ଉପହାରରେ ୪୦ଟି ମୂଷା ଓ ଅନ୍ୟାନ୍ୟ ଉପହାର ପଠାଯାଇଛି। ପ୍ରଥମ ‘ଡ୍ରାଗନ୍‌’ ଠାରୁ ଏହା ବଡ଼ ଓ ଅତ୍ୟାଧୁନିକ। ନାସାର ଡେପୁଟି ସ୍ପେଶ ଷ୍ଟେସନ ପ୍ରୋଗ୍ରାମ ମ୍ୟାନେଜର କେନି ଟୋଡ କହିଛନ୍ତି, ଆପଣ ଯୁଆଡ଼େ ଚାହିଁବେ, ଡ୍ରାଗନ୍ସକୁ ଦେଖିବାକୁ ପାଇବେ।

ନାସାର କେନେଡି ସ୍ପେଶ ସେଣ୍ଟରରୁ ସ୍ପେଶ ଏକ୍ସର ଫାଲ୍‌କନ୍‌-୯ ରକେଟ୍ ଦ୍ୱାରା ୨ୟ ଡ୍ରାଗନକୁ ଉତ୍‌କ୍ଷେପଣ କରାଯାଇଛି। ଶିପମେଣ୍ଟର ଓଜନ ୨,୯୦୦ କେଜି ରହିଛି। ଏଥିରେ ବାୟୋମାଇନିଙ୍ଗ୍ ଷ୍ଟଡି ପାଇଁ କୋଟି କୋଟି କୋଟି microbes ଓ asteroid ନମୁନା, ମହାକାଶରେ ରହିଥିବା ମହାକାଶଚାରୀଙ୍କ ରକ୍ତ ପରୀକ୍ଷାର ରେଜଲ୍ଟ ଶୀଘ୍ର ଜାଣିବାକୁ ଗୋଟିଏ ନୂଆ ମେଡିକାଲ ଡିଭାଇସ ଏବଂ ଘରୋଇ ମାଲିକାନାରେ ଥିବା ଚ୍ୟାମ୍ବର ଭଳି ରେଫ୍ରିଜେରେଟର ରହିଛି।

ଏହାବାଦ ହାଡ଼ ଓ ଆଖିର ଅଧ୍ୟୟନ ପାଇଁ ୪୦ଟି ମୂଷା ମଧ୍ୟ ଡ୍ରାଗନ ଦ୍ୱାରା ପଠାଯାଇଛି। ପୂର୍ବରୁ ଜଣାପଡ଼ିଛି ଯେ ମହାକାଶରେ ଦୀର୍ଘଦିନ ଧରି ରହୁଥିବା ମହାକାଶଚାରୀଙ୍କ ହାଡ଼ ଓ ଆଖିରେ ସମସ୍ୟା ଦେଖାଯାଇଥାଏ। ତେଣୁ ଏବିଷୟରେ ଅଧିକ ତଥ୍ୟ ଯୋଗାଡ଼ ପାଇଁ ମୂଷାଗୁଡ଼ିକୁ ପଠାଯାଇଛି।

ଏହି ସମସ୍ତ ଗବେଷଣା ଭିତ୍ତିକ ଜିନିଷ ନାସାର ମହାକାଶଚାରୀ କାଟେ ରବିନ୍ସଙ୍କ ପାଇଁ ଖ୍ରୀଷ୍ଟମାସ ଉପହାର। ସେ କିଛି ବର୍ଷ ତଳେ ପ୍ରଥମ ଥର ପାଇଁ ମହାକାଶରେ first DNA sequencing କରିଥିଲେ। ଏବେ ମହାକାଶ କେନ୍ଦ୍ରରେ ୪ ଜଣ ଆମେରିକୀୟ, ୨ ଜଣ ରୁଷୀୟ ଓ ଜଣେ ଜାପାନୀ ମହାକାଶଚାରୀ ରହିଛନ୍ତି।

ସେମାନଙ୍କ ପାଇଁ ମଧ୍ୟ ଖ୍ରୀଷ୍ଟମାସ ଗିଫ୍ଟ ପଠାଯାଇଛି। ସେମାନଙ୍କ ପାଖକୁ ‘roasted turkey, cornbread dressing, cranberry sauce, shortbread cookies and tubes of icing ଖାଇବା ପାଇଁ ପଠାଯାଇଛି। ଷ୍ଟେସନର କ୍ରୁ ମାନେ ୨୫୦ ମାଇଲ ବା ୪୦୦ କିମି ଦୂରରରୁ ଡ୍ରାଗନନର ଲଞ୍ଚର ଲାଇଭ ଭିଡିଓ ଦେଖିଥିଲେ ବୋଲି ସେ କହିଛନ୍ତି।

The post ମହାକାଶ ଷ୍ଟେସନକୁ ଖ୍ରୀଷ୍ଟମାସ ଗିଫ୍ଟରେ ଗଲେ ୪୦ ମୂଷା appeared first on Odisha Reporter.



from Odisha Reporter https://ift.tt/3ghbkol

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages