ଫୁଲବାଣୀ(ତ୍ରିନାଥ ସାହୁ): ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଜିଲ୍ଲା ଗାଡ଼ିଆପଡ଼ା ଘାଟିରେ ଏକ ବସ୍ ଓଲଟି ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ‘ରାଜା’ ନାମକ ଘରୋଇ ବସ୍ ଟିକାବାଲିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ବସ୍ରେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ରାତି ପ୍ରାୟ ୧ଟା ପରେ ବସ୍ଟି ଗାଡ଼ିଆପଡ଼ା ଘାଟି ଅତିକ୍ରମ କରୁଥିଲା। ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବସ୍ଟି ଘାଟିର ଶେଷ ମୁଣ୍ଡରେ ଓଲଟି ପଡ଼ିଥିଲା।
ଖବର ପାଇ ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବିଳମ୍ବିତ ରାତିରେ ଆହତମାନଙ୍କୁ ଖଜୁରୀପଡ଼ା ଓ ଫୁଲବାଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ଘାଟିରେ ଓଲଟିଲା ବସ୍, ଭୁବନେଶ୍ୱର ଆସୁଥିଲା appeared first on Odisha Reporter.
from Odisha Reporter https://ift.tt/37uu8xp
No comments:
Post a Comment