ନୂଆଦିଲ୍ଲୀ: କରୋନା ପାଇଁ ଦେଶ ଲକଡାଉନ୍ ରହିଥିଲା। ଏଥିପାଇଁ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି। ଏବେ ଲକଡାଉନ୍ ଖୋଲିବା ପରେ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଚାଷୀ ଏବେ ରାସ୍ତାରେ। ୨୧ ଦିନ ହେବ ଦିଲ୍ଲୀ ସୀମାରେ ବସିଛନ୍ତି ଆନ୍ଦୋଳନରତ ଚାଷୀ। ଯେଉଁଥିପାଇଁ ଦିଲ୍ଲୀବାସୀ ପ୍ରଭାବିତ ହୋଇଛନ୍ତି। ସେହିପରି ହରିଆଣା ଦିଲ୍ଲୀରେ ଥିବା କାରଖାନା ପ୍ରଭାବିତ ହୋଇଛି। ଆର୍ଥିକ ସ୍ଥିତି ଖରାପ ହେଉଥିବାରୁ ଏହି ପରିପ୍ରେକ୍ଷୀରେ ସିଆଇଆଇ ଏକ ରିପୋର୍ଟ ଦେଇଛି।
ଦିଲ୍ଲୀ ହରିଆଣା ରାସ୍ତାରେ ଗ୍ରେଟର କୁଣ୍ଡଳୀ ଶିଳ୍ପାଞ୍ଚଳ ରହିଛି। ଏହିଠାରେ ଅଧିକାଂଶ କାରଖାନା ସହିତ ଶୀତଳ ଭଣ୍ଡାର ରହିଛି। ଏବେ ଆନ୍ଦୋଳନ ଚାଲିଥିବାରୁ ଏହି ସବୁ କାରଖାନା ତଥା ଶିଳ୍ପ ସଂସ୍ଥାରୁ ମାଲ ପରିବହନ ସେବା ବ୍ୟାହାତ ରହିଛି। ଡ୍ରାଏ ଫ୍ରୁଟ୍ସ ବ୍ୟବସାୟ କରୁଥିବା ବ୍ୟବସାୟୀ ରିତେଶ ବଜାଜ କହିଛନ୍ତି, ଡ୍ରାଏ ଫ୍ରୁଟ୍ସ ବିଭିନ୍ନ ସ୍ଥାନରୁ ଆଣି ପ୍ୟାକେଡ କରି ଦିଲ୍ଲୀର ହେଲସେଲ ବଜାରରେ ପହଞ୍ଚାଇଥାନ୍ତି। ହେଲେ ଚାଷୀ ଆନ୍ଦୋଳନରେ ବସିଥିବାରୁ ଏହି ସେବା ପ୍ରଭାବିତ ହୋଇଛି। ଏଥିପାଇଁ ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏହିଭଳି ଅନେକ ବ୍ୟବସାୟୀ ଏବଂ କାରଖାନା କମ୍ପାନୀ ପ୍ରଭାବିତ ହୋଇଛନ୍ତି।
କନଫେଡେରସନ ଅଫ୍ ଇଣ୍ଡିଆ ଇଣ୍ଡଷ୍ଟ୍ରି (ସିଆଇଆଇ) କହିଛି ଚାଷୀ ଆନ୍ଦୋଳନ ପାଇଁ ସାରା ଦେଶର ଅର୍ଥନୀତି ପ୍ରଭାବିତ ହେବାକୁ ଯାଉଛି। ଏବେ ଦେଶର ଅର୍ଥନୀତିକୁ ଟ୍ରାକକୁ ଆଣିବା ସବୁଠୁ ବଡ଼ ଚ୍ୟାଲେଞ୍ଜ। ତୁରନ୍ତୁ ଚାଷୀ ଆନ୍ଦୋଳନ ଶେଷ ହେବା ଦରକାର। ନହେଲେ ଅର୍ଥନୀତିକ ସ୍ଥିତି ଆହୁରି ଖରାପ ହେବ। ଆନ୍ଦୋଳନ ପାଇଁ ଦେଶ ପ୍ରତିଦିନ ୩,୫୦୦ କୋଟି କ୍ଷତି ସହୁଛି।
ସୂଚନାଯୋଗ୍ୟ, ଚାଷୀ ଆନ୍ଦୋଳନ ୨୧ ଦିନରେ ପହଞ୍ଚିଛି। କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି। ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଚାଷୀ ସଂଗଠନ ଚେତାବନୀ ଦେଇଛି।
The post ତେଜୁଛି ଚାଷୀ ଆନ୍ଦୋଳନ, ୧୮୦୦ କଳ କାରଖାନା ପ୍ରଭାବିତ appeared first on Odisha Reporter.
from Odisha Reporter https://ift.tt/3gQ1dH6
No comments:
Post a Comment