ବିଜେଡି ସାଂସଦଙ୍କଠୁ ଫାଇନ ଆଦାୟ କଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 27, 2020

ବିଜେଡି ସାଂସଦଙ୍କଠୁ ଫାଇନ ଆଦାୟ କଲା ପୁଲିସ

ରାୟଗଡା(ମନୋଜ ପାତ୍ର): ଫାଇନ ଗଣିଲେ ବିଜେଡି ସାଂସଦ। ହେଲମେଟ୍ ପିନ୍ଧିନଥିବାରୁ ରାଜ୍ୟସାଭ ସାଂସଦ ଏନ୍. ଭାସ୍କର ରାଓଙ୍କ ଠାରୁ ପୁଲିସ ଫାଇନ ଆଦାୟ କରିଛି। ଗତକାଲି ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ରାୟଗଡ଼ାରେ ଏକ ବାଇକ୍ ରାଲି ଆୟୋଜନ କରାଯାଇଥିଲା। ରାଲିରେ ରାଜ୍ୟସଭା ସାଂସଦ ଏନ୍.ଭାସ୍କର ରାଓ ମଧ୍ୟ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ବାଇକରେ ବୁଲିଥଲେ। ହେଲେ ବାଇକ ଚଳାଇବା ବେଳେ କିନ୍ତୁ ସାଂସଦଙ୍କ ମୁଣ୍ଡରେ ହେଲମେଟ ନଥିଲା।

ହେଲମେଟ୍ ପିନ୍ଧିନଥିବାରୁ ତାଙ୍କ ନାଁରେ ୫୦୦ ଟଙ୍କା ଚାଲାଣ କଟାଯାଇଥିଲା। ସାଂସଦଙ୍କ ସହ ମୋଟ ୭ ଜଣଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସାଂସଦ ଏନ୍. ଭାସ୍କର ରାଓଙ୍କ ମୁଣ୍ଡରେ ହେଲମେଟ୍ ନଥିବାରୁ ସୋସିଆଲ ମିଡିଆରେ ମଧ୍ୟ ବ୍ୟାପକ ଚର୍ଚ୍ଚା ହୋଇଥିଲା। ସେପଟେ ନିଜ ଭୁଲକୁ ସ୍ୱୀକାର କରିଛନ୍ତି ସାଂସଦ। ଆଇନକୁ ସମ୍ମାନ ଦେଇ ଜରିମାନା ଭରିଥିବା କହିଛନ୍ତି ସାଂସଦ ଏନ୍.ଭାସ୍କର ରାଓ।

The post ବିଜେଡି ସାଂସଦଙ୍କଠୁ ଫାଇନ ଆଦାୟ କଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/2WMJ2sH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages