ରାଉରକେଲା (ପବନ ତିୱାରୀ): ରାଉରକେଲା ବାଲୁଘାଟ ଅଞ୍ଚଳରେ ଆଜି ହୋଇଥିବା ମିନି ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ମୃତକ ଦ୍ୱୟ ହେଲେ ସୁମି କିସ୍ପଟା ଓ କାର୍ତ୍ତିକ ମହାକୁଡ଼।
ଏହି ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି। ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ମଧ୍ୟରୁ ରାଉରକେଲା ସରକାରୀ ହସ୍ପିଟାଲ୍ରେ ୬ ଜଣଙ୍କର ଚିକିତ୍ସା ଚାଲିଛି। ଏକ ୬ ବର୍ଷର ଶିଶୁର ଅବସ୍ଥା ଗୁରୁତର ଥିବାରୁ ତାକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ମା’ ତାରିଣୀ ନାମକ ଏହି ମିନି ବସ୍ଟି ଯାତ୍ରୀଙ୍କୁ ଧରି ଲାଠିକଟାରୁ ରାଉରକେଲା ଆସୁଥିଲା। ସକାଳେ ପ୍ରାୟ ୭ଟା ବେଳେ ବାଲୁଘାଟ ପାଖରେ ଭାରସାମ୍ୟ ହରାଇ ଏହା ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା।
The post ମିନି ବସ୍ ଦୁର୍ଘଟଣାରେ ବଢ଼ିଲା ମୃତ୍ୟୁ ସଂଖ୍ୟା appeared first on Odisha Reporter.
from Odisha Reporter https://ift.tt/34Nvphj
No comments:
Post a Comment