ନୂଆଦିଲ୍ଲୀ: ଶୀତ ଦିନ ସମସ୍ତଙ୍କୁ ଭଲ ଲାଗୁଥିଲେ ମଧ୍ୟ ଏହି ଦିନରେ ଛୋଟରୁ ବଡ଼ ପ୍ରାୟତଃ ସମସ୍ତେ ଥଣ୍ଡା, କାଶ ଆଦି ସମସ୍ୟା ଭୋଗ କରିଥାନ୍ତି। ଶୀତ ଆରମ୍ଭ ହେଉ ହେଉ ଥଣ୍ଡା, କାଶ ଛିଙ୍କ ଆଦି ସମସ୍ୟା ଆରମ୍ଭ ହୋଇଯାଏ।
କିନ୍ତୁ କେବଳ ଯେ, ଶୀତ ଦିନ ଆସିଲେ ହିଁ ଥଣ୍ଡା, କାଶ ଆରମ୍ଭ ହୁଏ ତାହା ନୁହେଁ। ଗରମ ଦିନେ ବି ଏହି ସମସ୍ୟା ଦେଖାଦେଇପାରେ। କାହିଁକି ନା ଥଣ୍ଡା ହେବା ପଛରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କାରଣ କିମ୍ବା ନିର୍ଦ୍ଦିଷ୍ଟ ଭାଇରସ ନ ଥାଏ। ଭିନ୍ନ ଭିନ୍ନ ଭାଇରସ ଯୋଗୁ ମଧ୍ୟ ଲୋକେ ଏହି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥାଏ। ରୋଗୀଙ୍କ ଶରୀରରେ ଦେଖାଦେଉଥିବା ଲକ୍ଷଣ ଅନୁଯାୟୀ, ମେଡିସିନ ଦିଆଯାଇଥାଏ। ତେଣୁ ଚିକିତ୍ସା ପୂର୍ବରୁ ତାହାର ପ୍ରତିଷେଧକ ନେବା ହିଁ ବୁଦ୍ଧିମତାର ପରିଚୟ।
ଲୋକଙ୍କ କହିବାନୁଯାୟୀ, ଥଣ୍ଡା, କାଶ ରୋଗ ନୁହେଁ। କିନ୍ତୁ ଯିଏ ଭୋଗେ ସିଏ ହିଁ ଜାଣେ ଏହାର କଷ୍ଟ। ତେଣୁ ପ୍ରଥମେ ଘରୋଇ ଉପାୟରେ ଏହାର ଉପଚାର କରିବା ଉଚିତ।
ମହୁ ସେବନ କରନ୍ତୁ
–ଆଣ୍ଟିଭାଇରାଲ ଓ ଆଣ୍ଟିବ୍ୟାକ୍ଟେରିଆଲ ଗୁଣରେ ଭରପୂର ଅଟେ ମହୁ। ଥଣ୍ଡା ହେବା ସମୟରେ ଆପଣ ଦିନକୁ ଅତିକମ୍ରେ ୨ ରୁ ୩ ଥର ଚାମଚେ ଲେଖାଏ ମହୁ ସେବନ କରିପାରନ୍ତି।
–ଆପଣ ଚାହିଁଲେ ଉଷୁମ କ୍ଷୀରରେ ମଧ୍ୟ ମହୁକୁ ଗୋଳାଇ ପିଇପାରନ୍ତି। କିନ୍ତୁ କାଶ ସମସ୍ୟା ଥିଲେ କ୍ଷୀର ସେବନକୁ ଏଡ଼ାଇ ହେବ।
–ଏହାବ୍ୟତୀତ ଯେତେବେଳେ ବି ଶୋଷ ଲାଗିବ ଉଷୁମ ପାଣି ପିଇବାକୁ ଚେଷ୍ଟା କରିବା ଉଚିତ। ଏହାଦ୍ୱାରା ଥଣ୍ଡା, କାଶ ସର୍ଦ୍ଦି ସମସ୍ୟା ବହୁ ମାତ୍ରାରେ ଭଲ ହୋଇଯିବ।
ମହୁ ଓ ଅଦାରେ ପ୍ରସ୍ତୁତ ଚା’
–ଅଦାରେ ଆଣ୍ଟି ଭାଇରାଲ ଓ ଆଣ୍ଟି ଇଫ୍ଲାମେଣ୍ଟରି ଗୁଣ ଭରପୂର ରହିଥାଏ। ଫଳରେ ଏହାର ସେବନ କରିବା ଦ୍ୱାରା ତଣ୍ଟି, ଛାତି ଓ ମୁଣ୍ଡରେ ହେଉଥିବା ବିନ୍ଧାରୁ ବହୁ ମାତ୍ରାରେ ଉପଶମ ମିଳିଥାଏ। ଏହାବ୍ୟତୀତ ଥଣ୍ଡା ସଂକ୍ରମଣକୁ ବଢ଼ାଉଥିବା ଭାଇରାଲକୁ ମଧ୍ୟ ଏହା ମୂଳରୁ ନାଶ କରିଥାଏ।
-ମହୁ ଓ ଅଦା ମିଶ୍ରିତ ଚାହା ପ୍ରସ୍ତୁତି ନିମନ୍ତେ ପ୍ରଥମେ ଏକ କପ୍ ପାଣି ନିଅନ୍ତୁ। ଅଧା ଇଞ୍ଚର ଅଦା ଖଣ୍ଡ ଓ ଦେଢ ଚାମଚ ମହୁ ନିଅନ୍ତୁ। ପ୍ରଥମେ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ସେଥିରେ ଅଦା ଛେଚି ପକାଇ ୨ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାକୁ ହାଲକା ଥଣ୍ଡା କରି ସେଥିରେ ୨ ଚାମଚ ମହୁ ମିଶାନ୍ତୁ। ଥଣ୍ଡା ହେବା ସମୟରେ ଦିନକୁ ୨ ଥର ଏହାକୁ ପିଇ ପାରିବେ।
ଗର୍ଗଲିଂ ସହ ଗରମ ବାମ୍ଫ ନିଅନ୍ତୁ
–ଥଣ୍ଡା, କାଶ ହେଲେ ଗର୍ଗଲିଂ କରିବା ଓ ଗରମ ବାମ୍ଫ ନେବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇଥାଏ।
–ଏହାଦ୍ୱାରା ଥଣ୍ଡା, ବନ୍ଦ ନାକ ସମସ୍ୟା ଦୂର ହେବା ସହ ତଣ୍ଟି ଦରଜ ଓ ମୁଣ୍ଡବିନ୍ଧାରୁ ବି ବହୁ ମାତ୍ରାରେ ଆରାମ ମିଳିବ।
The post ଥଣ୍ଡା, କାଶ ଯୋଗୁ ଭୋଗୁଛନ୍ତି ସମସ୍ୟା, ଜାଣନ୍ତୁ, ଘରୋଇ ଉପଚାର appeared first on Odisha Reporter.
from Odisha Reporter https://ift.tt/3mPbYff
No comments:
Post a Comment