ଐତିହାସିକ ଦିବରାତ୍ର ଟେଷ୍ଟରୁ ୱାର୍ଣ୍ଣର ଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 8, 2020

ଐତିହାସିକ ଦିବରାତ୍ର ଟେଷ୍ଟରୁ ୱାର୍ଣ୍ଣର ଆଉଟ୍

ଆଡିଲେଡ୍: ଡିସେମ୍ବର ୧୭ ତାରିଖରୁ ଭାରତ ବିପକ୍ଷ ଆରମ୍ଭ ହେବାକୁଥିବା ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଲାଗିଛି। ଆଡିଲେଡରେ ଖେଳାଯିବାକୁଥିବା ପ୍ରଥମ ଟେଷ୍ଟରୁ ଟିମର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ବାଦ୍ ପଡ଼ିଛନ୍ତି। ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍ ପଡ଼ିଥିବା ୱାର୍ଣ୍ଣର ଏବେବି ଅନଫିଟ୍‌ ଅଛନ୍ତି, ଯେଉଁକାରଣରୁ ସେ ଐତିହାସିକ ଦିବାରାତ୍ର ଟେଷ୍ଟ ଖେଳିପାରିବେ ନାହିଁ।

ୱାର୍ଣ୍ଣର୍ ଏବେ ରିକଭରୀ କରିବାରେ ଲାଗିଛନ୍ତି। ତେବେ ଶତପ୍ରତିଶତ ଫିଟ୍ ହେବା ପରେ ସେ ମଇଦାନକୁ କମବ୍ୟାକ୍ କରିବେ ବୋଲି କହିଛନ୍ତି। ୱାର୍ଣ୍ଣର କହିଛନ୍ତି, ଏବେ ମୁଁ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ମୋତେ ପୂରା ଫିଟ୍‌ ହେବା ପାଇଁ ଆଉ ୧୦ ଦିନ ସମୟ ଲାଗିପାରେ। ତେଣୁ ମୁଁ ଆଶା କରୁଛି ଖୁବଶୀଘ୍ର ମଇଦାନକୁ ଫେରିବି।

ସୂଚନାଯୋଗ୍ୟ, ୱାର୍ଣ୍ଣର ଭାରତ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ବ୍ୟାଟିଂ କରିଥିଲେ। କିନ୍ତୁ ସିରିଜର ତୃତୀୟ ମ୍ୟାଚରୁ ସେ ବାଦ୍ ପଡ଼ିଥିଲେ। ହେଲେ ସେ ପ୍ରଥମ ଦୁଇଟି ଦିନିକିଆରେ ଯଥାକ୍ରମେ ୬୯ ଓ ୮୩ ରନର ଇନିଂସ୍ ଖେଳି ଅଷ୍ଟ୍ରେଲିଆକୁ ସିରିଜ୍ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିଲେ।

ଅଷ୍ଟ୍ରେଲିଆ ବ୍ୟତୀତ ଭାରତ ମଧ୍ୟ ପ୍ରଥମ ଦୁଇଟି ଟେଷ୍ଟରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ବିନା ମଇଦାନକୁ ଓହ୍ଲାଇବ। ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ କାରଣରୁ ରୋହିତ୍ ସୀମିତ ଓଭର ସିରିଜରୁ ବାଦ୍ ପଡ଼ିଥିବା ବେଳେ ପ୍ରଥମ ଦୁଇଟି ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ହେବେ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

The post ଐତିହାସିକ ଦିବରାତ୍ର ଟେଷ୍ଟରୁ ୱାର୍ଣ୍ଣର ଆଉଟ୍ appeared first on Odisha Reporter.



from Odisha Reporter https://ift.tt/3lYRsaz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages