କାମରେ ଆସୁନି ୧୩୮୨ ଆଇନ୍, ହେଲେ ବିଭିନ୍ନ କାମରେ ବାଧକ ସାଜୁଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

କାମରେ ଆସୁନି ୧୩୮୨ ଆଇନ୍, ହେଲେ ବିଭିନ୍ନ କାମରେ ବାଧକ ସାଜୁଛି

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଅନେକ ଆଇନ୍ ରହିଛି ଯାହାକି ଆଗକୁ ବଢ଼ିବାରେ ବାଧକ ସାଜୁଛି। ତେଣୁ ସେହିସବୁ ଆଇନକୁ ରଦ୍ଦ କରି ଆଗକୁ ବଢ଼ିବା ଦରକାର। ଏବେ ସରକାରୀ ତଥ୍ୟ ଅନୁସାରେ ଦେଶରେ ରହିଛି ୧୩୮୨ଟି ଆଇନ୍ ରହିଛି ଯାହାକି କୌଣସି କାମରେ ଆସୁନି। ହେଲେ ବିଭିନ୍ନ କାମରେ କଣ୍ଟା ସାଜୁଛି। ତେବେ କ୍ଷମତାକୁ ଆସିବାର ୬ ବର୍ଷ ମଧ୍ୟରେ କିନ୍ତୁ ଶହରେ ଅଧିକ ଆଇନକୁ ମୋଦି ସରକାର ରଦ୍ଦ କରି ଦେଇଥିବା ସୂଚନା ରହିଛି। ଆଗକୁ ଏହି ୧୩୮୨ଟି ଆଇନ ଉପରେ ସରକାର କଇଁଚି ଚଲାଇବେ ବୋଲି ଜଣାପଡ଼ିଛି।

ଦୀର୍ଘ ୧୩୬ ବର୍ଷ ତଳର ଏକ ଆଇନ୍ ଥିଲା ଯେଉଁଥିରେ ଜଣେ ବ୍ୟକ୍ତି ୧୦ ଟଙ୍କା ପାଇ ଚୁପ୍ ରହିବା ବି ଅପରାଧ। ଯଦି ୧୦ ଟଙ୍କା ରାସ୍ତାରୁ କିମ୍ୱା ଅନ୍ୟ ସ୍ଥାନରୁ ପାଇ ଚୁପ୍ ରହୁଛନ୍ତି ତାହେଲେ ଜଣେ ବ୍ୟକ୍ତି ଜେଲ୍ ମଧ୍ୟ ଯାଇପାରିବ। ଏହା ମୋଗଲଙ୍କ ବେଳର ନିୟମ ବୋଲି ଜଣାପଡ଼ିଛି। ଯେତେବେଳେ ୧୦ ଟଙ୍କାର ମୂଲ୍ୟ ବହୁତ କିଛି ଥିଲା। ହେଲେ ଏବେ ବି ଏହି ଆଇନ୍ ରହିଥିବା ଜଣାପଡ଼ିଛି।

ସେହିପରି ଗୁଡ଼ି ଉଡ଼ାଇବା ପାଇଁ ମଧ୍ୟ ସରକାରଙ୍କ ଅନୁମତି ନେବା ଆବଶ୍ୟକ। ଆକାଶରେ ବିମାନ ଉଡ଼ାଇଲା ବେଳେ ଯେଉଁଭଳି ଅନୁମତି ନେବାକୁ ପଡ଼େ ଠିକ୍ ସେହିପରି ଅନୁମତି ଗୁଡ଼ି ଉଡାଇବା ପାଇଁ ଆଣିବାକୁ ହେବ। ଆଉ ଯଦି ଜଣେ ବିନା ଅନୁମତିରେ ଗୁଡ଼ି ଉଡ଼ାଉଥିବାର ଧରା ପଡ଼ିବ ତାହେଲେ ସେ ଜେଲ୍ ଭିତରକୁ ଯାଇପାରେ। ଦୀର୍ଘ ୮୦ ବର୍ଷ ତଳେ ଏହି ଆଇନ୍ ଥିଲା।

ଗତ ୨୪ ବର୍ଷ ଧରି ଲୋକସଭା ଓ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପଡ଼ି ରହିଛି। ଯଦି ଏହି ବିଲ୍ ପାରିତ ହୁଏ, ତେବେ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ରହିବ। ୧୯୯୬ରେ ପ୍ରଥମେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାପରେ ୧୯୯୮, ୧୯୯୯ ଏବଂ ୨୦୦୨ ରେ ସଂସଦରେ ଆଗତ କରାଯାଇଥିଲା। ୨୦୧୦ ରେ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଥିଲା। ୧୦ ବର୍ଷ ପରେ ମଧ୍ୟ ଏବେ ବି ଏହି ବିଲ ଚୂଡ଼ାନ୍ତ ରୂପ ପାଇ ପାରିନାହିଁ। ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସହମତି ଅଭାବରୁ ଏହି ବିଲ୍ ଏବେ ସଂସଦରେ ଝୁଲା ଅବସ୍ଥାରେ ରହିଛି। ହେଲେ ନିର୍ବାଚନ ବେଳେ ପ୍ରାୟତଃ ରାଜନୀତିକ ଦଳ ମହିଳା ସଂରକ୍ଷଣ ବିଲ୍ ନେଇ ମତ ରଖୁଛନ୍ତି।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ୍ ହେଉଛି ଜମି ଅଧିଗ୍ରହଣ ନିୟମ। ଯାହାକି କୋଟି କୋଟି ଲୋକଙ୍କ ସହିତ ଯୋଡ଼ି ହୋଇଛି। ୨୦୧୩ର ଏହି ଅଧ୍ୟାଦେଶକୁ ଡିସେମ୍ୱର ୨୦୧୪ ଡିସେମ୍ୱରରେ ସଂଶୋଧନ ପାଇଁ ସଂସଦରେ ଆଗତ ହୋଇଥିଲା। ହେଲେ ବିରୋଧ ପରେ ଏହି ବିଲ୍ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଥିଲା। ହେଲେ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ବିଲ୍ କମିଟି ପାଖରେ ପଡ଼ି ରହିଛି।

ସେହିପରି ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍। ଅର୍ଥାତ୍ ସମସ୍ତଙ୍କ ପାଇଁ ସମାନ ଆଇନ୍। ହେଲେ ଏ ବାବଦରେ ଯେତେବେଳେ ବି ଚର୍ଚ୍ଚା ହୁଏ ସେତେବେଳେ ଏହାକୁ ନେଇ ବିରୋଧ ହୁଏ। ୧୯୫୧ ମସିହାରେ ତତ୍କାଳୀନ ଆଇନ ମନ୍ତ୍ରୀ ଡକ୍ଟର ବି.ଆର ଆମ୍ବେଦକର ଏ ବାବଦରେ ବିଲ୍ ଆଣିବାକୁ ଚେଷ୍ଟା କରିଥିଲେ, ଯାହାକୁ ବିରୋଧ କରାଯାଇଥିଲା। ଶେଷରେ ଏହି ବିଲ୍ ଚାରି ଭାଗରେ ବିଭକ୍ତ ହୋଇଥିଲା। ବିଭିନ୍ନ ଧର୍ମ ଅଣାଯାଇଥିଲା ଏବଂ ପ୍ରତ୍ୟେକ ଧର୍ମ ପାଇଁ ଆଇନ ପ୍ରଣୟନ କରାଯାଇଥିଲା।

୨୦୧୪ ଲୋକସଭା ନିର୍ବାଚନରେ ​​ବିଜେପି ୟୁନିଫର୍ମ ସିଭିଲ କୋଡ ପ୍ରସଙ୍ଗକୁ ନିଜ ମାନିଫେଷ୍ଟୋରରେ ରଖିଥିଲା। ତେବେ ୨୦୨୦ ସୁଦ୍ଧା ଏହାକୁ ଲାଗୁ କରିବାରେ ସରକାର ବିଫଳ। ୟୁନିଫର୍ମ ସିଭିଲ୍ କୋଡ ଲାଗୁ ହେଲେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମାନ ଆଇନ ରହିବା ସେ କୌଣସି ଧର୍ମ କିମ୍ବା ଜାତିର ହେଉ ଥାନ୍ତୁ ନା କାହିଁକି। ହେଲେ ଏବେ ଦେଶରେ ବିଭିନ୍ନ ଧର୍ମ ଅନୁଯାୟୀ ନିୟମ ରହିଛି।

ଭାରତ ଏକ ଧର୍ମନିରପେକ୍ଷ ଦେଶ। ଏଭଳି ପରିସ୍ଥିତିରେ ଧର୍ମ ସହିତ ଆଇନର କିଛି ସମ୍ପର୍କ ରହିବା ଉଚିତ ନୁହେଁ। ହେଲେ ଭୋଟ୍ ବ୍ୟାଙ୍କ୍ ପାଇଁ ଏହି ସିଭିଲ୍ କୋଡର ନିୟମ ତିଆରି ହୋଇପାରି ନାହିଁ।

ସବୁଠୁ ବଡ଼କଥା ହେଲେ ଆମେରିକା, ବ୍ରିଟେନ୍ ଭଳି ଗଣତାନ୍ତ୍ରିକ ଦେଶରେ ଗୋଟିଏ ବିଲ୍ ଆଇନରେ ପରିଣତ ହେବାକୁ ହେଲେ ସପ୍ତାହେ ସମୟ ଲାଗେ। କିନ୍ତୁ ଭାରତରେ ବର୍ଷ ବର୍ଷ ଲାଗିଯାଏ।

The post କାମରେ ଆସୁନି ୧୩୮୨ ଆଇନ୍, ହେଲେ ବିଭିନ୍ନ କାମରେ ବାଧକ ସାଜୁଛି appeared first on Odisha Reporter.



from Odisha Reporter https://ift.tt/37vydBp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages