ସାମାଜିକ ଦୂରତା ମାନୁନାହାନ୍ତି ଚାଷୀ, ପୁଲିସ୍‌ ରୁଜୁ କଲା ଏଫଆଇଆର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ସାମାଜିକ ଦୂରତା ମାନୁନାହାନ୍ତି ଚାଷୀ, ପୁଲିସ୍‌ ରୁଜୁ କଲା ଏଫଆଇଆର

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ କରିଛି ପୁଲିସ୍‌। ଦିଲ୍ଲୀ-ହରିଆଣାର ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ କରୋନା ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ମାନୁ ନଥିବା ପୁଲିସ୍‌ କହିଛି।

ଏଥିପାଇଁ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଡିସେମ୍ବର ୭ରେ ଅଲିପୁର ପୁଲିସ୍‌ ଷ୍ଟେସନରେ ଚାଷୀଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଛି। କେନ୍ଦ୍ର ସରକାର ଆଣିଥିବା କୃଷି ଆଇନକୁ ଦେଶର ଚାଷୀମାନେ ବିରୋଧ କରୁଛନ୍ତି। ଏଥିପାଇଁ ପଞ୍ଜାବ ଓ ହରିଆଣାର ଶତାଧିକ ଚାଷୀ ଲାମପୁର ସୀମା ଦେଇ ଦିଲ୍ଲୀ ଉପକଣ୍ଠରେ ପହଞ୍ଚିଥିଲେ।

ଏହାପରେ ସେମାନେ ସିଂଙ୍ଘୁ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଦିଲ୍ଲୀର ବିଭିନ୍ନ ସୀମାରେ ୧୬ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନେ ନୂଆ କୃଷି ଆନକୁ ଉଚ୍ଛେଦ କରିବାକୁ ଦାବି କରୁଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ହେଁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

ଏବେ ଦିଲ୍ଲୀ ପୁଲିସ୍‌ ଆନ୍ଦୋଳନକାରୀ ଚାଷୀଙ୍କ ନାଁରେ ମହାମାରୀ ଆଇନକୁ ଉଲ୍ଲଙ୍ଘନ କରିବା ଭଳି ଅଭିଯୋଗ କରି ଏଫଆଇଆର କରିଛି। ଯାହାକୁ ଅନେକ ବୁଦ୍ଧିଜୀବୀ ତୀବ୍ର ନିନ୍ଦା କରିଛନ୍ତି।

The post ସାମାଜିକ ଦୂରତା ମାନୁନାହାନ୍ତି ଚାଷୀ, ପୁଲିସ୍‌ ରୁଜୁ କଲା ଏଫଆଇଆର appeared first on Odisha Reporter.



from Odisha Reporter https://ift.tt/3gBx9Pl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages