ଭାଙ୍ଗୁଭାଙ୍ଗୁ ରହିଯାଇଥିଲା ବିରୁଷ୍କାଙ୍କ ପ୍ରେମ ସମ୍ପର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 10, 2020

ଭାଙ୍ଗୁଭାଙ୍ଗୁ ରହିଯାଇଥିଲା ବିରୁଷ୍କାଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ: ଦୁନିଆର ୧ନଂ ବ୍ୟାଟସମ୍ୟାନ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘରକୁ ଆଜି ୩ ବର୍ଷ ପୂରିଛି। ୨୦୧୭ ଆଜିର ଦିନରେ ଇଟାଲୀରେ ବିରାଟା ଓ ଅନୁଷ୍କା ସାରା ଜୀବନ ପାଇଁ ପରସ୍ପରର ହାତ ଧରିଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ଉଭୟ ବିରୁଷ୍କା ନାଁରେ ପରିଚୟ ହାସଲ କରିଛନ୍ତି।

ଆଜି ବିବାହ ବାର୍ଷିକୀରେ ବିରାଟ କୋହଲି ନିଜ ଇନଷ୍ଟାଗ୍ରାମରେ ବାହାଘର ବେଳର ଗୋଟିଏ ରୋମାଣ୍ଟିକ ଅନ୍ଦାଜର ଫଟୋ ଶେୟାର କରିଛନ୍ତି। ଏଥିରୁ ବିରାଟଙ୍କୁ ପାଇ ଅନୁଷ୍କା ଓ ଅନୁଷ୍କାଙ୍କୁ ପାଇ ବିରାଟ କେତେ ଖୁସି, ତା’ହା ସ୍ପଷ୍ଟ ଜଣାପଡ଼ୁଛି। ବିରାଟ ଫଟୋ ସହ ରୋମାଣ୍ଟିକ ଅନ୍ଦାଜରେ ଲେଖିଛନ୍ତି, “୩ ବର୍ଷ ଓ ସାରାଜୀବନ ଏକାଠି।” ଏଥିସହ ସେ ହାର୍ଟ ଚିହ୍ନ ମଧ୍ୟ ଦେଇଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)


ଆଜି ସିନା ବିରାଟ ଓ ଅନୁଷ୍କାଙ୍କ ବାହାଘରକୁ ୩ ବର୍ଷ ପୁରୁଛି ହେଲେ ଦିନେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିଚ୍ଛେଦର ଝଡ଼। ସ୍ଥିତି ଏପରି ହୋଇ ଥିଲା ଯେ ଉଭୟ ପରସ୍ପରକୁ ଛାଡ଼ି ଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସବୁ ଘଟଣାର ଅନ୍ତ ମିଠା ହେବା ଭଳି ବିରୁଷ୍କା ମଧ୍ୟ ସବୁ କିଛିକୁ ଭୁଲି ପରସ୍ପର ସହ ସବୁଦିନ ପାଇଁ ରହିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେମାନେ ବାପା ମା’ ହେବକୁ ବି ଯାଉଛନ୍ତି।

୨୦୧୪ ମସିହା କଥା। ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ଦଳକୁ ସମର୍ଥନ କରିବାକୁ ଅନୁଷ୍କା ମଧ୍ୟ ସେଠାକୁ ପହଞ୍ଚି ଥିଲେ। ଏହି ଇଂଲଣ୍ଡ ଗସ୍ତ ବେଳେ ବିରାଟ ଆଦୌ ଫର୍ମରେ ନଥିଲେ ଓ ସିରିଜ୍‌ରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା। ବିରାଟଙ୍କ ଖରାପ ପ୍ରଦର୍ଶନ ପାଇଁ ସୋଶାଲ ମିଡିଆରେ ଲୋକମାନେ ଅନୁଷ୍କାଙ୍କ ଉପସ୍ଥିତିକୁ ଦାୟୀ କରିଥିଲେ।

ଏପରି କି ଅନୁଷ୍କାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଖାଲି ଏହି ଗୋଟିଏ ଘଟଣା ନୁହେଁ, ଅନେକ ଥର ଷ୍ଟାଡିୟମରେ ଅନୁଷ୍କାଙ୍କ ଉପସ୍ଥିତି ବେଳେ ବିରାଟ ଆଦୌ ଭଲ ପ୍ରଦର୍ଶନ ନ କରିପାରିବା ସମସ୍ତଙ୍କୁ ଚିକିତ କରିଥିଲା। ଏହାକୁ ନେଇ ଲୋକେ ଅନୁଷ୍କାଙ୍କୁ ଷ୍ଟାଡିୟମକୁ ନ ଯିବାକୁ କହିଥିଲେ। ଏହା ଦେଖି ବିରାଟ ମଧ୍ୟ ଲୋକଙ୍କୁ ଜବାବ ଦେଇଥିଲେ। ଗୋଟିଏ ଥର ବିରାଟ “ଲଜ୍ଜା” ଲେଖି ପୋଷ୍ଟ କରିଥିଲେ।

 

View this post on Instagram

 

A post shared by Virat Kohli (@virat.kohli)


ଇତି ମଧ୍ୟରେ ବିତି ଯାଇଥିଲା ୨ ବର୍ଷ। ୨୦୧୬ରେ ହଠାତ୍‌ ବିରାଟ୍‌ ସୋଶାଲ ମିଡିଆରେ ଗୋଟିଏ ଫଟୋ ପୋଷ୍ଟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ ହାର୍ଟ ବ୍ରୋକନ ବା ହୃଦୟ ଭାଙ୍ଗିଗଲା। ଏହି ପୋଷ୍ଟ ଭାଇରାଲ ହେବା ପରେ ବିରାଟ ତୁରନ୍ତ ଏହାକୁ ହଟାଇ ଦେଇଥିଲେ। ବିରାଟଙ୍କ ମନରେ କ’ଣ ଚାଲିଛି, ସେକଥା ସାମ୍ନାକୁ ଆସିବା ପୂର୍ବରୁ ପୁଣିଥରେ ସାମାନ ଫଟୋ ଭାଇରାଲ ହୋଇଥିଲା।

ବିରାଟ ଡିଲିଟ କରିବାର କିଛି ସମୟ ପରେ ପୁଣି ସମାନ ଫଟୋ ପୋଷ୍ଟ କରି ଲୋକଙ୍କୁ କ୍ଷମା ମାଗିଥିଲେ। ହେଲେ ହାର୍ଟବ୍ରୋକନ କଥା ଏଥିରେ ଲେଖା ଯାଇ ନଥିଲା। ବିଭିନ୍ନ ଗଣମାଧ୍ୟମରେ ସେତେବେଳେ ଖବର ପ୍ରକାଶ ପାଇଥିଲା ଯେ ବିରାଟ ଓ ଅନୁଷ୍କାଙ୍କ ପ୍ରେମ ସମ୍ପର୍କରେ ସୃଷ୍ଟି ହୋଇଛି ଝଡ଼। ଉଭୟ ପରସ୍ପର ସହ ବ୍ରେକ କରିନେଇଛନ୍ତି। ଏଥିରେ ବିରାଟ ସଂପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ି ହୃଦୟ ଭାଙ୍ଗିଗଲା ବୋଲି ଲେଖିଥିବା କୁହାଯାଇଥିଲା।

 

View this post on Instagram

 

A post shared by Virat Kohli (@virat.kohli)


ହେଲେ ସମୟ ଗଡ଼ିବା ସହ ଉଭୟଙ୍କ ମନରେ ପରିବର୍ତ୍ତନ ଆସିଥିଲା। କିଛି ଦିନ ପରେ ପୁଣିଥରେ ବିରାଟ ଓ ଅନୁଷ୍କା ଏକାଠି ହୋଇଥିଲେ। ଶେଷରେ ୨୦୧୭ ଡିସେମ୍ବର ୧୧ ତାରିଖରେ ଉଭୟ ପରସ୍ପରକୁ ବିବାହ କରି ବିରୁଷ୍କା ହୋଇଯାଇଥିଲେ।

ଏବେ ବିରୁଷ୍କା ତାଙ୍କ ପ୍ରଥମ ସନ୍ତାନଙ୍କୁ ଅପେକ୍ଷା କରିଛନ୍ତି। ଆସନ୍ତା ଜାନୁଆରୀ ମାସରେ ଅନୁଷ୍କା ମା’ ହେବାକୁ ଯାଉଛନ୍ତି। ଏଥିପାଇଁ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଥିବା ବିରାଟ ସେଠାରେ ପ୍ରଥମ ଟେଷ୍ଟ ଖେଳି ସ୍ୱଦେଶ ଫେରିଆସିବେ।

The post ଭାଙ୍ଗୁଭାଙ୍ଗୁ ରହିଯାଇଥିଲା ବିରୁଷ୍କାଙ୍କ ପ୍ରେମ ସମ୍ପର୍କ appeared first on Odisha Reporter.



from Odisha Reporter https://ift.tt/2IH49tc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages