ମାଇକେଲ ଜ୍ୟାକସନଙ୍କୁ ନକଲ କରିଥିଲେ ବିଗ ବି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

ମାଇକେଲ ଜ୍ୟାକସନଙ୍କୁ ନକଲ କରିଥିଲେ ବିଗ ବି’

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ । ସେ ଫିଲ୍ମ ସହ ସୋଶାଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି । ସେ ପ୍ରତିଦିନ ନିଜ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କିଛି ନା କିଛି ଶେଆର କରନ୍ତି । ସେ ଫ୍ୟାନଙ୍କ ସହ ନିଜ ପୁରୁଣା ଭିଡିଓ ଏବଂ ଫଟୋ ମଧ୍ୟ ଶେଆର କରିଥାନ୍ତି । ନିକଟରେ ଏଭଳି ହିଁ ପୁରୁଣା ଦିନର ଏକ ଫଟୋ ନିଜ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି ଅମିତାଭ, ଯାହା ସୋଶାଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଏହି ଫଟୋରେ ବିଗ୍ ବି ପୁରା ହିଲିଉଡର ସୁପରହିଟ ଡ୍ୟାନ୍ସର ମାଇକଲ ଜ୍ୟାକସନଙ୍କ ଗେଟଅପରେ ଅଛନ୍ତି । କଳା ରଙ୍ଗର ଲେଦର ଡ୍ରେସ ପିନ୍ଧି ସେ ପୁରାପୁରି ମାଇକଲ ଜ୍ୟାକସନଙ୍କୁ ନକଲ କରିଛନ୍ତି । ଏହି ଫଟୋକୁ ଶେଆର କରି ଅମିତାଭ ଲେଖିଛନ୍ତି, ନିର୍ଦ୍ଦେଶକ ମନମୋହନ ଦେଶାୟୀ ଭାବିଥିଲେ ମୁଁ ଫିଲ୍ମ ‘ଗଙ୍ଗା ଯମୁନା ସରସ୍ୱତୀ’ରେ ମାଇକଲ ଜ୍ୟାକସନଙ୍କୁ କପି କରିପାରିବି । ଏହା ମୋର ସବୁଠାରୁ ବଡ ଭୁଲ ଥିଲା ବୋଲି ବିଗ ବି’ କହିଛନ୍ତି । ପ୍ରକୃତରେ ଅମିତାଭ ଶେଆର କରିଥିବା ଏହି ଫଟୋ ହେଉଛି ନିର୍ଦ୍ଦେଶକ ମନମୋହନ ଦେଶାୟୀଙ୍କ ୯୦ ଦଶକର ଫିଲ୍ମ ‘ଗଙ୍ଗା ଯମୁନା ସରସ୍ୱତୀ’ ଫିଲ୍ମ ଶୁଟିଂ ସେଟର ଏକ ଫଟୋ ।

 

View this post on Instagram

 

A post shared by Amitabh Bachchan (@amitabhbachchan)


ଅମିତାଭ ଶେଆର କରିଥିବା ଏହି ଫଟୋରେ ଅନକ ବଲିଉଡ ଅଭିନେତା ତଥା ଅଭିନେତ୍ରୀ କମେଣ୍ଟ କରିଛନ୍ତି । ଅଭିନେତା ରଣବୀର ସିଂହଙ୍କ ଠାରୁ ଆରମ୍ଭ କରି ମୌନି ରୟ ସମସ୍ତେ ବିଗ୍  ବି’ଙ୍କ ଏହି ନିଆରା ଲୁକକୁ ନେଇ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅମିତାଭ ବଚ୍ଚନ ଏବେ ପୁରା ବ୍ୟସ୍ତ । ସେ ତାଙ୍କ ଅପକମିଂ ଫିଲ୍ମ ‘ଚେହେରା’, ‘ମେ ଡେ’ ଓ ‘ଝଣ୍ଡୁ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ଆଗକୁ ତାଙ୍କର ‘ବ୍ରହ୍ମାସ୍ତ୍ର’ ଫିଲ୍ମ ମଧ୍ୟ ଆସୁଛି । ଅୟାନ ମୁଖର୍ଜୀଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ ରୋଲରେ ଆଲିଆ ଭଟ୍ଟ ଓ ରଣବୀର କପୁର ଅଛନ୍ତି । ଅନ୍ୟ ପ୍ରମୁଖ ଭୂମିକାରେ ବିଗ ବି ମଧ୍ୟ ନଜର ଆସିବେ ।

The post ମାଇକେଲ ଜ୍ୟାକସନଙ୍କୁ ନକଲ କରିଥିଲେ ବିଗ ବି’ appeared first on Odisha Reporter.



from Odisha Reporter https://ift.tt/3nZPmsW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages