ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ ଭୁବନେଶ୍ୱର। ମଙ୍ଗଳବାର ରାତିରେ ରାଜଧାନୀରେ ଜଣେ ଯୁବକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ଡୁମଡୁମା ଅଞ୍ଚଳରେ ଘଟିଛି। ପୂର୍ବ ଶତ୍ରୁତାକୁ ଆଧାର କରି ଜଣେ ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡକୁ ବନ୍ଧୁକରେ ଛେଚି ଦେଇଛି। ଯାହା ଫଳରେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ଯୁବକଙ୍କୁ ଆକ୍ରମଣ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ କରିବା ସହ ସେଠାରୁ ଗୋଟିଏ ଗୁଳି ଓ ଖୋକା ଜବତ କରିଛି। ଆକ୍ରମଣ କରିଥିବା ଯୁବକଙ୍କ ନାଁରେ ଆଗରୁ ବହୁ ମାମଲା ରହିଛି। ତେବେ ରାଜଧାନୀରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏମିତି ଅନେକ ଘଟଣା ନଜରକୁ ଆସିଛି।
The post ଯୁବକଙ୍କୁ ବନ୍ଧୁକରେ ଛେଚି ଫେରାର appeared first on Odisha Reporter.
from Odisha Reporter https://ift.tt/2JsUh6A
No comments:
Post a Comment