ଘରେ ସମସ୍ତେ ଶୋଇଥିଲେ, ହଠାତ୍‌ ଲାଗିଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 29, 2020

ଘରେ ସମସ୍ତେ ଶୋଇଥିଲେ, ହଠାତ୍‌ ଲାଗିଲା ନିଆଁ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଘରେ ଶୋଇଥିବା ବେଳେ ଲାଗିଲା ନିଆଁ । ହେଲେ ଭାଗ୍ୟବଶଃତ ଅଳ୍ପକେ ବର୍ତ୍ତିଲେ ଘର ଲୋକେ।  ଗତକାଲି ବିଳମ୍ବିତ ରାତିରେ ଏଭଳି ଏକ ଭୟାବହ ଅଗ୍ନିକାଣ୍ଡରୁ ରାଉରକେଲା ବାସନ୍ତୀ କଲୋନୀର ଏକ ପରିବାର ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।

ଅଗ୍ନିକାଣ୍ଡରେ ଗୋଟିଏ କାର୍‌, ଦୁଇଟି ବାଇକ୍‌, ୩ଟି ସାଇକେଲ ସହ ଲକ୍ଷାଧିକ ଟଙ୍କାର ଘରର ଅନ୍ୟାନ୍ୟ ଆସବାବପତ୍ର ପୋଡି ପାଉଁଶ ହେଇଯାଇଛି।  ଘରେ ସମସ୍ତେ ଶୋଇଥିବା ବେଳେ ଗ୍ୟାରେଜରେ ହଠାତ୍ ନିଆଁ ଲାଗି ଯାଇଥିଲା । ଘର ସାରା ଧୂଆଁ ଖେଳି ଯିବାରୁ ଅଣନିଶ୍ୱାସ ହୋଇ ପରିବାର ଲୋକେ ଉଠିଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କିପରି ନିଆଁ ଲାଗିଲା, ତାହାର କାରଣ ଅସ୍ପଷ୍ଟ ଅଛି।

The post ଘରେ ସମସ୍ତେ ଶୋଇଥିଲେ, ହଠାତ୍‌ ଲାଗିଲା ନିଆଁ appeared first on Odisha Reporter.



from Odisha Reporter https://ift.tt/3aVZorg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages