ଲାଇଭ ପ୍ରସାରଣ ବେଳେ ଚାଷୀ ଆନ୍ଦୋଳନର ପେଜ୍‌କୁ ବ୍ଲକ କଲା କିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 20, 2020

ଲାଇଭ ପ୍ରସାରଣ ବେଳେ ଚାଷୀ ଆନ୍ଦୋଳନର ପେଜ୍‌କୁ ବ୍ଲକ କଲା କିଏ

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଫେସବୁକ ଓ ଇନଷ୍ଟାଗ୍ରାମ ପେଜ୍‌ରେ ବିକ୍ଷୋଭର ସିଧାପ୍ରସାରଣ ଚାଲିଥିବା ବେଳେ ହଠାତ୍‌ ଏହା ବ୍ଲକ ହୋଇଯାଇଥିଲା। ଏହା ପଛରେ ଷଡ଼ଯନ୍ତ୍ର ହେଉଥିବା ଚାଷୀ ସଂଗଠନ ଗୁଡ଼ିକ ଅଭିଯୋଗ କରିଛନ୍ତି। ବିବାଦ ବଢ଼ିବାରୁ ୩ ଘଣ୍ଟା ପରେ ପୁଣି ଚାଷୀ ଆନ୍ଦୋଳନର ପେଜ୍‌ କାର୍ଯ୍ୟକ୍ଷମ ହୋଇଛି।

ଚାଷୀ ଆନ୍ଦୋଳନ ପାଇଁ ବ୍ୟବହାର ହେଉଥିବା କିଷାନ ଏକତା ମୋର୍ଚ୍ଚାର ମ୍ୟାନେଜର କହିଛନ୍ତି, ଫେସବୁକ ପକ୍ଷରୁ ହିଁ ଆମ ପେଜ୍‌କୁ ବ୍ଲକ କରାଯାଇଛି। ଆମେ ସେମାନଙ୍କ ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଛୁ ଓ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ଫେସବୁକ ଉକ୍ତ ପେଜ୍‌ରେ ଉଲ୍ଲେଖ କରିଥିଲା।

କେବଳ ଫେସବୁକ ନୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ଚାଷୀ ଆନ୍ଦୋଳନର କୌଣସି ଫଟୋ କିମ୍ବା ଲେଖା ପୋଷ୍ଟ କରାଯାଇ ପାରୁ ନଥିବା ଅଭିଯୋଗ ହୋଇଛି। ନିକଟରେ ଫେସବୁକ ବିଜେପି ନେତା ଓ କେନ୍ଦ୍ର ସରକାରଙ୍କୁ ସମର୍ଥନ କରିବା ଭଳି ପୋଷ୍ଟକୁ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଥିଲା। ଏପରି କି ବିଜେପି ନେତାମାନେ ଫେସବୁକରେ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଉଥିଲେ ହେଁ ଫେସବୁକ ଏହା ବିରୋଧରେ କିଛି ବି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଅଭିଯୋଗ ହୋଇଥିଲା।

ବର୍ତ୍ତମାନ ଚାଷୀମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବାରୁ ଫେସବୁକ ରବିବାର ଜାଶିଶୁଣି ଲାଇଭ ପ୍ରସାରଣ ବେଳେ ପେଜ୍‌କୁ ବ୍ଲକ କରି ଦେଇଥିଲା ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଫେସବୁକ ଘଟଣା ଉପରେ ସଫେଇ ଦେଇ କହିଛି ଯେ “ସଂସ୍ଥାର ତ୍ରୁଟି ପାଇଁ ଆମେ ଦୁଃଖିତ। କ’ଣ ପାଇଁ ପେଜକୁ ବ୍ଲକ କରାଗଲା, ତାହାର ଯାଞ୍ଚ କରାଯାଉଛି। ଆମେ ଏବେ କିଷାନ ଏକତା ମୋର୍ଚ୍ଚାର ପେଜ୍‌କୁ କାର୍ଯ୍ୟକ୍ଷମ କରି ସାରିଛୁ।”

ଆନ୍ଦୋଳନକାରୀ କହିଛନ୍ତି, ଯୋଗେନ୍ଦ୍ର ଯାଦବଙ୍କ ଭାଷଣ ପରେ ହିଁ ହଠାତ୍‌ ପେଜ୍‌କୁ ବ୍ଲକ କରାଯାଇଥିଲା। ଯୋଗେନ୍ଦ୍ର ଯାଦବ ଭାଷଣ ଦେବା ବେଳେ ସୋମବାର ଅନଶନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏଥିସହ ସେ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଗାମୀ ମନ କୀ ବାତ୍‌ କାର୍ଯ୍ୟକ୍ରମ ବେଳେ ଥାଳି ବାଡ଼େଇବାକୁ କହିଛନ୍ତି। ମୋଦି କେବେ ଚାଷୀଙ୍କ ମନର କଥା ଶୁଣିବେ ବୋଲି ପ୍ରଶ୍ନ କରି ଥାଳି ବଜେଇବାକୁ ସେ ପରାମର୍ଶ ଦେଇଥିଲେ।

The post ଲାଇଭ ପ୍ରସାରଣ ବେଳେ ଚାଷୀ ଆନ୍ଦୋଳନର ପେଜ୍‌କୁ ବ୍ଲକ କଲା କିଏ appeared first on Odisha Reporter.



from Odisha Reporter https://ift.tt/37z4tDV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages