ଏବେବି ସନ୍ନ୍ୟାସ ନେଇନାହାନ୍ତି ୨୦୦୩ ବିଶ୍ୱକପର ଏହି ପ୍ରମୁଖ ସଦସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 9, 2020

ଏବେବି ସନ୍ନ୍ୟାସ ନେଇନାହାନ୍ତି ୨୦୦୩ ବିଶ୍ୱକପର ଏହି ପ୍ରମୁଖ ସଦସ୍ୟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର୍ ପାର୍ଥିବ ପଟେଲ୍ କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ଶେଷଥର ପାଇଁ ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଜୋହାନବର୍ଗ ଟେଷ୍ଟ ମ୍ୟାଚରେ ଭାରତ ପକ୍ଷରୁ ଖେଳିଥିଲେ। ଏହାପରଠାରୁ ପାର୍ଥିବ ଆଉ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ସୁଯୋଗ ପାଇନାହାନ୍ତି। ଯେଉଁକାରଣରୁ ସେ ବୁଧବାର କ୍ରିକେଟକୁ ଅଲବିଦା କହିଛନ୍ତି। ଏଥିସହ ୨୦୦୩ ବିଶ୍ୱକପର ଭାରତୀୟ ଟିମରୁ ସନ୍ନ୍ୟାସ ନେବାରେ ଶେଷ ୨ୟ ଖେଳାଳି ହୋଇଛନ୍ତି।

ତେବେ ସେହି ଟିମର ଏବେବି ଜଣେ ଖେଳାଳି ଅଛନ୍ତି, ଯିଏ ଏପର୍ଯ୍ୟନ୍ତ କ୍ରିକେଟରୁ ରିଟାୟର ନେଇନାହାନ୍ତି। ସେ ହେଉଛନ୍ତି ଷ୍ଟାର୍ ଅଫ୍ ସ୍ପିନର ହରଭଜନ ସିଂହ। ହରଭଜନ ବିଶ୍ୱକପରେ ଇକୋନମିକାଲ ବୋଲର ହୋଇଥିଲେ ଏବଂ ୧୦ ମ୍ୟାଚରେ ୧୧ ୱିକେଟ୍‌ ଅକ୍ତିଆର କରିଥିଲେ। ହେଲେ ଏବେ ସେ ଦୀର୍ଘ ସମୟ ଧରି ଦେଶ ପକ୍ଷରୁ ଖେଳିନାହାନ୍ତି ଏବଂ ତାଙ୍କର ଖେଳିବା ସମ୍ଭାବନା ମଧ୍ୟ ପ୍ରାୟତଃ ଶେଷ ହୋଇଛି।

ହରଭଜନ ଶେଷଥର ଲାଗି ୨୦୧୬ରେ ଆୟୋଜିତ ୟୁଏଇ ବିପକ୍ଷ ଏସିଆ କପ୍ ଟି-୨୦ ଅନ୍ତର୍ଜାତୀୟ ଖେଳିଥିଲେ। ସେହିପରି ୨୦୧୫ରେ ସେ ଶେଷଥର ଲାଗି ଟେଷ୍ଟ ଓ ଦିନିକିଆ କ୍ରିକେଟ୍‌ ଖେଳିଥିଲେ। ଭାରତର ଏହି ଅନ୍ୟତମ ଶ୍ରେଷ୍ଠ ଅଫ୍ ସ୍ପିନର ଜଣକ ୧୦୩ ଟେଷ୍ଟ ୨୩୬ ଦିନିକିଆ ଓ ୨୮ ଟି-୨୦ ମ୍ୟାଚ୍ ଖେଳି ଯଥାକ୍ରମେ ୪୧୭, ୨୬୯ ଓ ୨୫ ୱିକେଟ୍‌ ନେଇଛନ୍ତି। ଏହାରି ଭିତରେ ତାଙ୍କୁ ଆଇପିଏଲରେ କମେଣ୍ଟ୍ରୀ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

ସେ ଆଇପିଏଲ୍ ଆରମ୍ଭରୁ ହିଁ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଆସିଛନ୍ତି। କିନ୍ତୁ ୨୦୧୮ରୁ ସେ ଚେନ୍ନାଇ ସୁପର୍ କିଙ୍ଗସ ଦଳର ପ୍ରତିନିଧିତ୍ୱ କରିଆସୁଛନ୍ତି। ଚଳିତ ବର୍ଷ କୋଭିଡ୍‌ କଟକଣା ଭିତରେ ୟୁଏଇରେ ଆୟୋଜିତ ଏହି ବ୍ୟୟବହୁଳ ଲିଗର ୧୩ଶ ସଂସ୍କରଣରୁ ସେ ଓହରିଯାଇଥିଲେ। ଯେଉଁଠି ୨୦୦୩ ବିଶ୍ୱକପ୍ କଥା ଉଠୁଛି, ତାଙ୍କ ବ୍ୟତୀତ ସବୁ ଖେଳାଳି ଏବେ ସନ୍ନ୍ୟାସ ନେଇସାରିଛନ୍ତି। ତାଙ୍କ ଟିମର କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ଅଧ୍ୟକ୍ଷ ହୋଇସାରିଛନ୍ତି।

ସେହିପରି ରାହୁଲ୍ ଡ୍ରାଭିଡ୍‌ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ଭାବେ କାମ କରୁଛନ୍ତି। ଅନ୍ୟପକ୍ଷରେ ହରଭଜନ ସିଂହ ଏବେବି ନିଜ ଭବିଷ୍ୟତକୁ ନେଇ କିଛି ବି ସ୍ପଷ୍ଟ କରିନାହାନ୍ତି। ସେ ଆଇପିଏଲର ପରବର୍ତ୍ତୀ ସିଜନରେ ଭାଗ ନେବେ କି ନାହିଁ, ତାହା ଜଣାପଡ଼ିନାହିଁ। ପାର୍ଥିବ ମଧ୍ୟ ୨୦୦୩ ବିଶ୍ୱକପ୍ ଦଳରେ ସାମିଲ ଥିଲେ। ସେ ଭାରତ ପକ୍ଷରୁ ୨୫ ଟେଷ୍ଟ, ୩୮ ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଆଗମନ ପୂର୍ବରୁ ସେ ଭାରତୀୟ ଦଳର ନିୟମିତ ସଦସ୍ୟ ଥିଲେ।

The post ଏବେବି ସନ୍ନ୍ୟାସ ନେଇନାହାନ୍ତି ୨୦୦୩ ବିଶ୍ୱକପର ଏହି ପ୍ରମୁଖ ସଦସ୍ୟ appeared first on Odisha Reporter.



from Odisha Reporter https://ift.tt/3m3r1k3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages