କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଘନ କୁହୁଡ଼ି ଯୋଗୁଁ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଯେଉଁଥିଲେ ଚାଲିଗଲା ଜଣଙ୍କର ଜୀବନ। ଆଜି ସକାଳୁ ସକାଳୁ NH-26ର ସିପାଇପୁଟ ଛକରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ଏତେ ଭୀଷଣ ଥିଲା ଯେ ଘଟଣା ସ୍ଥଳରେ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ସେହିପରି ଆଉଜଣେ ଗୁରୁତର ଥିବା ସୂଚନା ମିଳିଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଗୁରୁତର ଆହତଙ୍କୁ ପଟାଙ୍ଗି ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରର ରାୟପୁର ଯାଉଥିବା ବେଳେ ଅନ୍ୟ ଟ୍ରକଟି ଜୟପୁରରୁ ଆନ୍ଧ୍ର ଯାଉଥିବା ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। କିଛି ଦିନ ହେବ ପ୍ରବଳ ଥଣ୍ଡା ସହ ଘନ କୁହୁଡି ଯୋଗୁଁ ରାସ୍ତାଗୁଡ଼ିକ ସ୍ପଷ୍ଟ ଭାବେ ଦେଖାଯାଉ ନାହିଁ। ଯେଉଁକାରଣରୁ ଆଜିର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
The post ଦୁଇ ଟ୍ରକ୍ ମୁହାଁମୁହିଁ, ଜଣେ ମୃତ appeared first on Odisha Reporter.
from Odisha Reporter https://ift.tt/3oQZvYM
No comments:
Post a Comment