‘ଏମଏସପି ଆଇନରେ ପରିଣତ ହେବାର ଆବଶ୍ୟକତା ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 15, 2020

‘ଏମଏସପି ଆଇନରେ ପରିଣତ ହେବାର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ: ନୃଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ତିନି ଆଇନକୁ ରଦ୍ଦ କରିବା ସହିତ ଅନେକ ଦାବି କରିଛନ୍ତି ବିରୋଧୀ ଏବଂ ଆନ୍ଦୋଳନରତ ଚାଷୀ ସଂଗଠନ। ଏମଏସପିକୁ ଆଇନରେ ପରିଣତ କରିବା ପାଇଁ ହେଉଛି ଚାଷୀ ଏବଂ ବିରୋଧୀଙ୍କ ଅନ୍ୟତମ ଦାବି। ହେଲେ କେନ୍ଦ୍ର ସରକାର ଏହାକୁ ନେଇ ରାଜି ହେଉ ନାହାନ୍ତି।

କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲ କହିଛନ୍ତି, ଏମ୍ ଏସ ସ୍ୱାମୀ ନାଥନ କମିଟିର ରିପୋର୍ଟକୁ ଲାଗୁ କରିବା ପାଇଁ କଂଗ୍ରେସ ଦାବି କରୁଛି। ହେଲେ ନିଜେ ୧୦ବର୍ଷ ହେବ ରିପୋର୍ଟକୁ ଚାପି ରଖିଥିଲା। ଫ୍ରି ମାର୍କେଟକୁ ସରକାର ନିୟନ୍ତ୍ରଣ କରିବା ଠିକ୍ ନୁହେଁ। ଯଦି ସରକାର ଏମଏସପିକୁ ଆଇନରେ ପରିଣତ କରି ଫସଲର ଦାମ ନିର୍ଦ୍ଦାରଣ କରିବେ ତାହେଲେ ଚାଷୀଙ୍କର ଲାଭ ହେବନି। ଫ୍ରି ମାର୍କେଟରେ ଚାଷୀ ନିଜ ଫସଲର ଦାମ ସ୍ଥିର କରିଲେ ସେମାନେ ଅଧିକ ଲାଭ ପାଇବେ।

ସେହିପରି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ କହିଛନ୍ତି ହୋଟେଲକୁ ଗଲେ ଦୋକାନୀ ସ୍ଥିର କରେ ଖାଇବା ପ୍ଲେଟର ଦାମ କଣ ରହିବ, ଔଷଧର ଦାମ ଦୋକାନୀ ସ୍ଥିର କରେ। ଯଦି ଏବେ ସରକାର ଚାଷୀର ପରିଶ୍ରମର ମୂଲ୍ୟ ନିର୍ଦ୍ଦାରଣ କରିବେ ତାହେଲେ ଚାଷୀ ହିଁ କ୍ଷତିରେ ପଡ଼ିବେ। ଦେଶର ବିଭିନ୍ନ ପ୍ରାନ୍ତର ସ୍ଥିତି ଅଲଗା। ତେଣୁ ଫ୍ରି ମାର୍କେଟରେ ଚାଷୀ ନିଜ ଫସଲର ଦାମ ନିଜେ ସ୍ଥିର କରିଲେ ସେମାନଙ୍କ ଆୟ ବଢ଼ିପାରିବ।

ସେହିପରି ପୂର୍ବତନ ସାଂସଦ ତଥା ରାଜ୍ୟ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟାରେ କହିଛନ୍ତି, ଏମଏସପି ଆଇନରେ କାହିଁକି ପରିଣତ ହେବ? ଗଣତନ୍ତ୍ରାକ ଦେଶରେ ଏହା ଏକ ଯୋଜନା। ଟଙ୍କିକିଆ ଚାଉଳ ହେଉ ଅବା ହରିଶ୍ଚନ୍ଦ୍ର ଯୋଜନା ଏସବୁ ସରକାରଙ୍କ ଲୋକଙ୍କ ପାଇଁ ଯୋଜନା। ଏମଏସପି ମଧ୍ୟ ଏକ ପ୍ରକାର ଯୋଜନା। ତେଣୁ ଏମଏସପିକୁ ଆଇନରେ ପରିଣତ କରିବାର ଆବଶ୍ୟକ ନାହିଁ।

ସୂଚନାଯୋଗ୍ୟ, ବିରୋଧ ଏବଂ ଆନ୍ଦୋଳନରତ ଚାଷୀ କହୁଛନ୍ତି ଏମଏସପିକୁ ଆଇନରେ ପରିଣତ କରାଯାଉ। ଏମିତି ହେଲେ ଚାଷୀ ପ୍ରତି ବର୍ଷ ଉଚିତ ପ୍ରାପ୍ୟ ପାଇବ।

The post ‘ଏମଏସପି ଆଇନରେ ପରିଣତ ହେବାର ଆବଶ୍ୟକତା ନାହିଁ’ appeared first on Odisha Reporter.



from Odisha Reporter https://ift.tt/3mo9G5E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages