ରାତି ଅଧରେ ଥାନାରେ ଏତଲା ଦେଲେ ବର୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 18, 2020

ରାତି ଅଧରେ ଥାନାରେ ଏତଲା ଦେଲେ ବର୍ଷା

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଲାଗିଥିବା କଳି ଏବେ ଚରମ ସୀମାରେ ପହଞ୍ଚିଲାଣି। ଦୁହେଁ ପରସ୍ପରକୁ ସୋଶାଲ ମିଡିଆରେ ଆକ୍ଷେପ କରୁଥିବାର ଏକ ଭିଡିଓ ଭାଇରାଲ୍‌ ହେବା ପରେ ପୁଣି ଆରମ୍ଭ ହୋଇଛି ବିବାଦ।  ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଲିଖତ୍ତ ଅଭିଯୋଗ କରିଛନ୍ତି ବର୍ଷା।

ସୂଚନାଯୋଗ୍ୟ, ୨ ଦିନ ତଳେ ବର୍ଷା ଓ ଅନୁଭବ ପାଟିତୁଣ୍ଡ ଲାଗିଥିବା ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତଥା  ତାଙ୍କୁ ବଦନାମ କରିବାକୁ ଭିଡିଓ ଭାଇରାଲ କରାଯାଇଥିବା ଅଭିଯୋଗ କରିଛନ୍ତି ବର୍ଷା।

୨ ଦିନ ପୂର୍ବେ ଭାଇରାଲ ହୋଇଥିବା  ଭିଡିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି। ହେଲେ ଭିଡିଓରେ ଚାଲିଥିବା  ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ମଧ୍ୟ ଅଛନ୍ତି ବୋଲି ଅନୁମାନ କରାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ବର୍ଷା କହୁଛନ୍ତି, ତମେ ଯାହା କରୁଛ ‘ଅଲ୍ ଦି ବେଷ୍ଟ’। ଜବାବରେ ଅନୁଭବ କହୁଛନ୍ତି, ମୋତେ ତମେ ଅଲ୍ ଦି ବେଷ୍ଟ କହିବା ଦରକାର ନାହିଁ। ମୋ ପାଖରେ ବାପା-ମାଆଙ୍କର ଆଶୀର୍ବାଦ ଅଛି। ପୃଥିବୀରେ କେହି ହରାଇ ପାରିବେନି। ଲକ୍ଷେ ବର୍ଷା ଆସିଲେ ବି ହରାଇପାରିବେନି।

ଭିଡିଓରେ ଆଉ ଜଣେ ମହିଳା ଥିବା ଜଣାପଡୁଛି। ମହିଳାଙ୍କୁ ଅନୁଭବ ମ୍ୟାଡମ୍ କହି ସମ୍ବୋଧନ କରୁଛନ୍ତି। ଅନୁଭବ ତାଙ୍କୁ କହୁଛନ୍ତି, ମ୍ୟାଡମ୍ ମୋର କୌଣସି ଭାଓଲେନ୍ସ କି ଡୋମେଷ୍ଟିକ୍ ଭାଓଲେନ୍ସ ନାହିଁ। ଏହା ପରେ ଅନୁଭବ କହୁଛନ୍ତି, ତମେ ମୋ ସହ ରହିବ ବୋଲି କେସ୍ ଦେଇଛ ନା? ଏମିତିକ ଅନୁଭବ ବର୍ଷାଙ୍କୁ ତାଙ୍କର ଏକ୍ସଟ୍ରା ମ୍ୟାରିଟେଲ୍ ଆଫେୟାର୍ସ କଥା ମଧ୍ୟ କହିଛନ୍ତି। ଏପରି ଉଭୟ ପରସ୍ପରକୁ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅନୁଭବ ନିଜ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ଜାରି କରିଥିଲେ। ଭିଡିଓରେ କହିଛନ୍ତି ‘ବହୁତ ହୋଇଗଲା, ଆଉ ବରଦାସ୍ତ କରିହେବନି କି ଚୁପ ରହିହେବନି।’

The post ରାତି ଅଧରେ ଥାନାରେ ଏତଲା ଦେଲେ ବର୍ଷା appeared first on Odisha Reporter.



from Odisha Reporter https://ift.tt/2J1Mb4D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages