ମେଷ: ବିଦ୍ୟାର୍ଥୀମାନେ ନିଜ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ନିର୍ମାଣମୂଳକ ଯୋଜନାରେ ଆଗେଇ ପାରିବେ। ମାଆ, ବାପାଙ୍କୁ ପ୍ରଣାମ କରନ୍ତୁ।
ବୃଷ: ଶତ୍ରୁମାନେ ପରାଜିତ ହେବେ। ସମସ୍ତ ଚିନ୍ତା ଦୂର ହେବ। ଖାଦ୍ୟପେୟ ପ୍ରତି ସଜାଗ ନ ରହିଲେ ସ୍ୱାସ୍ଥ୍ୟହାନୀ ହୋଇପାରେ। ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।
ମିଥୁନ: କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଶଂସିତ ହେବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ।
କର୍କଟ: ଶରୀର ସୁସ୍ଥ ରହିବ ଓ ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ। ଦୂରସ୍ଥାନକୁ ଯାତ୍ରା କଲେ ଯାତ୍ରା ଶୁଭପ୍ରଦ ହେବ।
ସିଂହ: ପାରିବାରିକ ଦ୍ୱନ୍ଦ, ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖା ଦେବ। ଗୁପ୍ତ ଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ଦେଇପାରନ୍ତି। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ ମନୋନିବେଶ କରିବେ।
କନ୍ୟା: ପ୍ରତ୍ୟେକଟି କାର୍ଯ୍ୟରେ, ପ୍ରତ୍ୟେକଟି ଦିଗରେ ଯୋଗ୍ୟ ବିବେଚିତ ହେବେ। ମହିଳାମାନେ ହସଖୁସିରେ ଦିନ କଟାଇବେ। ମହାଦେବଙ୍କୁ ଦର୍ଶନ କରନ୍ତୁ।
ତୁଳା: ପରିଶ୍ରମଜନିକ କ୍ଳାନ୍ତି ଦେଖାଦେଇପାରେ। ଆପଣଙ୍କ ପ୍ରଗତିକୁ ପ୍ରତିରୋଧ କରିବାକୁ ଶତ୍ରୁମାନେ ଚେଷ୍ଟା କରିବେ। ଅପରାହ୍ନରେ ସମସ୍ତଙ୍କୁ ଦୁର୍ବଳ କରି ସଫଳତା ଦିଗକୁ ଗତି କରିବେ।
ବିଛା: କଳ୍ପନା ବିଳାସୀ ହେବେ। ସନ୍ତାନମାନଙ୍କୁ ନେଇ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଲୋକପ୍ରିୟତା ବୃଦ୍ଧି ପାଇବା ସହ ଆର୍ଥିକ ପ୍ରଗତି ହେବ।
ଧନୁ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ବିଦ୍ୟା ଗ୍ରହଣ ସହ ବନ୍ଧୁ ଗହଣରେ ସମୟ କଟିବ। ପାରିବାରିକ ଅଶାନ୍ତି ଓ କଳହ ଦେଖାଦେଇପାରେ, ଯାହା ଆପଣଙ୍କ ଶାନ୍ତିକୁ ବ୍ୟାହାତ କରିବ।
ମକର: ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ସାମାଜିକ ପରାକ୍ରମ ବୃଦ୍ଧି ପାଇବ। ପଡୋଶୀଙ୍କ ଘରେ ଚର୍ଚ୍ଚା ହେବାର ସୁଯୋଗ ରହିଛି ,ଯାହା ଆନନ୍ଦ ପ୍ରଦାନ କରିବ।
କୁମ୍ଭ:ପାରିବାରିକ ସୁ୍ଖ ସହ ଉତ୍ତମ ଖାଦ୍ୟପେୟର ସୁଯୋଗ ରହିଛି। ଘରକୁ ଅର୍ଥର ଆଗମନ ହେବ । ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବେ।
ମୀନ:ବସ୍ତ୍ର, ଆଭୂଷଣରେ ସଜ୍ଜିତ ହୋଇ ଆମୋଦ ପ୍ରମୋଦଯୁକ୍ତ ହେବେ। ମାନ, ସମ୍ମାନ ଓ ଅର୍ଥ ପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ଲୋକପ୍ରିୟତା ବୃଦ୍ଧି ପାଇବ।
The post ୧୯ ଡିସେମ୍ବର,ଶନିବାର: ମହିଳାମାନେ ହସଖୁସିରେ ଦିନ କାଟିବେ appeared first on Odisha Reporter.
from Odisha Reporter https://ift.tt/3nyg2AP
No comments:
Post a Comment