ପୁଣି ସଙ୍କେତ ଦେଲେ ସରକାର: କୃଷି ଆଇନ ଉଚ୍ଛେଦ ହେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 22, 2020

ପୁଣି ସଙ୍କେତ ଦେଲେ ସରକାର: କୃଷି ଆଇନ ଉଚ୍ଛେଦ ହେବନି

ନୂଆଦିଲ୍ଲୀ: କୃଷି ଆଇନକୁ ଉଚ୍ଛେଦ କରିବାକୁ ହଜାର ହଜାର ଚାଷୀ ଦୀର୍ଘ ଗୋଟିଏ ମାସ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିଲେ ହେଁ ସରକାର ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଏବେ ପୁଣିଥରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷି ଆଇନ ଉଚ୍ଛେଦ ହେବନାହିଁ ବୋଲି ସଙ୍କେତ ଦେଇଛନ୍ତି।

ସେ କହିଛନ୍ତି, ସଂସ୍କାର ପାଇଁ ଯେତେବେଳେ ପଥ ପ୍ରସ୍ତୁତ କରାଯାଏ ସେତେବେଳେ ଏହାକୁ ପ୍ରଥମେ ହସରେ ଉଡ଼ାଇ ଦିଆଯାଏ। ଏହାପରେ ଏହାକୁ ବିରୋଧ କରାଯାଏ। ଶେଷରେ ଏହି ସଂସ୍କାରକୁ ସମସ୍ତେ ଗ୍ରହଣ କରିନିଅନ୍ତି। ବର୍ତ୍ତମାନ ଆମେ କୃଷି ଆଇନକୁ ନେଇ ସମାନ ପରିସ୍ଥିତି ଦେଇ ଗତି କରୁଛୁ ବୋଲି ସେ କହିଛନ୍ତି। ଏହାର ଅର୍ଥ ଶ୍ରୀ ତୋମାର କୃଷି ଆଇନକୁ ସରକାର କେବେ ହେଲେ ଉଚ୍ଛେଦ କରିବେ ନାହିଁ ବୋଲି ଚାଷୀମାନଙ୍କୁ ସଙ୍କେତ ଦେଇଛନ୍ତି।

ବର୍ତ୍ତମାନ ଦେଶରେ ଚାଲି ଥିବା ଚାଷୀ ଆନ୍ଦୋଳନ ଓ କୃଷି ଆଇନ ସମ୍ପର୍କରେ କ୍ଲବ ଅଫ ଦକ୍ଷିଣ ଏସିଆର ବିଦେଶୀ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଶ୍ରୀ ତୋମାର ଏଭଳି କଥା କହିଛନ୍ତି। ସେମାନଙ୍କ ସହ ଆଲୋଚନା ବେଳେ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ଦୁଇ କର୍ପୋରେଟ ହାଉସ ଅମ୍ବାନୀ ଓ ଆଦାନୀଙ୍କୁ ଲାଭବାନ କରିବ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ତୋମାର କହିଛନ୍ତି, ଆମେ କେବେ ହେଲେ ଏଭଳି ବ୍ୟକ୍ତିଙ୍କୁ କୃଷି ଭାବେ ବିବେଚନା କରୁନାହୁଁ।

ଚାଷୀଙ୍କ ସହ ବୈଠକ ବେଳେ ମଧ୍ୟ ଏମାନଙ୍କ ନାଁ କେହି ବି ଉଚ୍ଚାରଣ କରିନଥିଲେ। କେବଳ ପ୍ରକୃତ ପ୍ରସଙ୍ଗକୁ ବାଟବଣା କରିବା ପାଇଁ ଏମାନଙ୍କ ନାଁ ନିଆଯାଉଛି। ଚାଷୀ ପ୍ରତିନିଧିମାନେ ସରକାରଙ୍କ ସହ ଆଲୋଚନା କରିଥିବା ବିଷୟବସ୍ତୁ ଉପରେ ଫୋକସ କଲେ ଭଲ। ଚାଷୀମାନେ ଆନ୍ଦୋଳନ ଛାଡ଼ି ଆଲୋଚନାକୁ ଆସିବା ଦରକାର।

ସମସ୍ୟାର ସମାଧାନ କେବଳ ଆଲୋଚନା ଦ୍ୱାରା ହିଁ ସମ୍ଭବପର ହୋଇଥାଏ। ମୋର ବିଶ୍ୱାସ ଚାଷୀଙ୍କ ସମସ୍ୟା ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ। ଚାଷୀମାନେ ଭୀଷଣ ଥଣ୍ଡା ଓ କରୋନା ମହମାରୀ ଭିତରେ ଆନ୍ଦୋଳନ କରିବା ଆମ ସମସ୍ତଙ୍କୁ କଷ୍ଟ ଦେଉଛି ବୋଲି ସେ କହିଛନ୍ତି।

The post ପୁଣି ସଙ୍କେତ ଦେଲେ ସରକାର: କୃଷି ଆଇନ ଉଚ୍ଛେଦ ହେବନି appeared first on Odisha Reporter.



from Odisha Reporter https://ift.tt/34ArzZ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages