ମହାରାଷ୍ଟ୍ର: ବିବାହ ନିମନ୍ତ୍ରଣ କାର୍ଡ ସହ ମଦ। କେବଳ ସେତିକି ନୁହେଁ ତା’ ସହ ଚାଖଣା ଓ ପାଣି ବୋତଲ ବି ରହିଛି। ଏଭଳି ନିମନ୍ତ୍ରଣ କାର୍ଡକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ମହାରାଷ୍ଟ୍ରର ଜଣେ ବ୍ୟକ୍ତିଙ୍କ ଏଭଳି ଅଦ୍ଭୁତ ବିବାହ ନିମନ୍ତ୍ରଣ କାର୍ଡ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
ଏହି ନିମନ୍ତ୍ରଣ କାର୍ଡଟି ହେଉଛି ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳର। ଯିଏ ବି ଏହି କାର୍ଡକୁ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି । ନିମନ୍ତ୍ରଣ କାର୍ଡର ପ୍ରଥମ ପୃଷ୍ଠାରେ ଗଣେଶଙ୍କ ଫଟୋ ରହିଛି। ତା’ପର ପୃଷ୍ଟାରେ ବିବାହର ତାରିଖ ଏବଂ କାର୍ଯ୍ୟ ସୂଚି ବିଷୟରେ ଲେଖା ହୋଇଛି। ଏହାପରେ ତଳେ ଏକ ବାକ୍ସ ଭିତରେ ମଦ ବୋତଲ ସହ ଚାଖଣା ରହିଛି, ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଆଉ କାର୍ଡର ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ହେଉଛି, ମହାରାଷ୍ଟ୍ରର ଯେଉଁ ଜିଲ୍ଲାରେ ମଦ ବ୍ୟାନ କରାଯାଇଛି ସେହି ଜିଲ୍ଲାରୁ ହିଁ ଏଭଳି ଘଟଣା ସାମ୍ନାକୁ ଆସିଛି। ଏହାପରେ ଅନେକ ଲୋକେ ମଦ ବ୍ୟାନକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେପଟେ ତଦନ୍ତରୁ ଏହି ନିମନ୍ତ୍ରଣ କାର୍ଡଟି କାର୍ଡ ପ୍ରିଣ୍ଟ କରିଥିବା ପ୍ରିଣ୍ଟର ମାଲିକଙ୍କ ପୁଅ ବାହା ଘରର ବୋଲି ଜଣାପଡିଛି । ସେ କହିଛନ୍ତି, ମଦ ବ୍ୟାନ ଥିବା ଜିଲ୍ଲାରେ ଏହି କାର୍ଡ ବଣ୍ଟା ଯାଇନାହିଁ। ଅନ୍ୟ ଜିଲ୍ଲାରେ ବଣ୍ଟା ଯାଇଛି।
ସାଧାରଣତଃ ବିବାହ କାର୍ଡରେ ଶୁଭ ସଂକେତ ରୂପେ ଚାଉଳ ଏବଂ ଚନ୍ଦନ ଲଗାଇ ନିମନ୍ତ୍ରଣ ଦିଆଯାଇଥାଏ କିନ୍ତୁ ଭାଇରାଲ ହେଉଥିବା ଏହି ନିମନ୍ତ୍ରଣ କାର୍ଡ ସବୁଠାରୁ ଭିନ୍ନ। ଶୁଭ କାର୍ଯ୍ୟରେ ଏଭଳି ଅଶୁଭ ଦ୍ରବ୍ୟ ପାଠାଇବା ଉଚିତ ନୁହଁ ବୋଲି ଅନେକ ସମାଲୋଚନା କରିଛନ୍ତି। ଏଥିସହ ମଦ ବ୍ୟାନ ହୋଇଥିବା ଜିଲ୍ଲାରେ ଏଭଳି ଲୁଚା ଛପାରେ ମଦ ବ୍ୟବହାର କରିବା ଠିକ ନୁହେଁ ବୋଲି ଲୋକେ କହିଛନ୍ତି।
The post ବିବାହ ନିମନ୍ତ୍ରଣ କାର୍ଡ ସହ ମଦ ଓ ଚାଖଣା, ଭିଡିଓ ଭାଇରାଲ appeared first on Odisha Reporter.
from Odisha Reporter https://ift.tt/38h1zD0
No comments:
Post a Comment