ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁରରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ବନବିଭାଗ ବନଖଣ୍ଡ ଅଧୀନସ୍ଥ ଭିକିପୁର ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୫ଟି ହରିଣ ଶିଙ୍ଗ, ଗୋଟିଏ ହାତୀ ଦାନ୍ତ ଓ ଗୋଟିଏ ବିରଳ ଏଣ୍ଡୁଅ ଜବତ କରିଛି।
ଚଢ଼ାଉ ବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ କର୍ମଚାରୀ ରଙ୍ଗେହାତ ଧରା ପଡ଼ିଥିବା ବେଳେ ଆଉଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ତେବେ ଖୁବଶୀଘ୍ର ଫେରାର ଅଭିଯୁକ୍ତ ଧରା ପଡ଼ିବେ ବୋଲି ସୂଚନା ଦେଇଛନ୍ତି ଯାଜପୁର ରୋଡ୍ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ।
ଗିରଫ ଅଭିଯୁକ୍ତ ୨ କଲେଜ ଛାତ୍ର ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଜଣଙ୍କ ଘର ଯାଜପୁର ରୋଡ୍ ଓ ଅନ୍ୟ ଜଣଙ୍କର ବାଲେଶ୍ୱରରେ ବୋଲି ଜଣାପଡ଼ିଛି। ଏମାନେ ଏକ ବଡ଼ ଧରଣର ରାକେଟ୍ ଚଳାଉଥିବା ନେଇ ସନ୍ଦେହ କରାଯାଉଛି।
The post ବନ ବିଭାଗକୁ ବଡ଼ ସଫଳତା appeared first on Odisha Reporter.
from Odisha Reporter https://ift.tt/3mnTnWv
No comments:
Post a Comment