ଭାରତରେ ପହଞ୍ଚିଲା ଆଉ ୩ ରାଫେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

ଭାରତରେ ପହଞ୍ଚିଲା ଆଉ ୩ ରାଫେଲ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ବାୟୁସେନାର ଆଉ ୩ଟି ଲଢ଼ୁଆ ବିମାନ ରାଫେଲ। ଫ୍ରାନ୍ସରୁ ଉଡାଣ ଭରି ଗତ ବିଳମ୍ବିତ ରାତିରେ ଭାରତରେ ବାୟୁସେନାର ଏହି ବାହୁବଳୀ ପହଞ୍ଚିଛି। ପ୍ରାୟ ୭ହଜାର କିଲୋମିଟର ଯାତ୍ରା କରି ଏହି ୩ଟି ଲଢ଼ୁଆ ବିମାନ ଗତକାଲି ରାତି ପ୍ରାୟ ୯ଟାରେ ଗୁଜରାଟ ଜାମନଗରରେ ପହଞ୍ଚିଛି।  ଯାତ୍ରା ସମୟରେ ଏହି ବିମାନଗୁଡ଼ିକରେ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଏନେଇ ଭାରତୀୟ ବାୟୁସେନା ଟୁଇଟ କରି ସୂଚନା ଦେଇଛି।


୨୦୧୬ରେ ୩୬ ଲଢୁଆ ବିମାନ ପାଇଁ ଫ୍ରାନ୍ସ ସହ ଭାରତର ୫୯  ହଜାର କୋଟି ଟଙ୍କାର ରାଜିନାମା ହୋଇଛି। ଏହି ତିନିକୁ ମିଶାଇ ଦେଶରେ ଏବେ ରାଫେଲ ବିମାନ ସଂଖ୍ୟା ୧୧ରେ ପହଞ୍ଚିଛି। ପ୍ରଥମ ଦଫାରେ ୫ ରାଫେଲ ବିମାନ  ଜୁଲାଇ ୨୯ରେ ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିଥିଲା। ଏହାପରେ ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟୟରେ ଆଉ ୩ ରାଫେଲ ଭାରତକୁ ମିଳିଥିଲା ।

ମାର୍ଚ୍ଚ ଓ ଏପ୍ରିଲରେ ଆହୁରି ରାଫେଲ ଭାରତକୁ ଯୋଗାଇବ ଫ୍ରାନ୍ସ ।୨୦୨୧ ଶେଷ ସୁଦ୍ଧା ଭାରତ ବରାଦ ଦେଇଥିବା ସମସ୍ତ ୩୬ ରାଫେଲ ପହଞ୍ଚିବାର ସମ୍ଭାବନା ରହିଛି। ରାଫେଲର ଏକ ସ୍କ୍ଵାଡ୍ରନ ଅମ୍ବାଲାରେ ରହିବ ଏବଂ ଅନ୍ୟଟି ହସିମାଡା ଏୟାରବେସ୍‌ରେ ରହିବ। ରାଫେଲରେ ତିନି ପ୍ରକାରର ମିସାଇଲ ଖଞ୍ଜାଯିବ। ପ୍ରଥମ ଆକାଶରୁ ଆକାଶରେ, ଦ୍ଵିତୀୟ ଆକାଶରୁ ଭୂପୃଷ୍ଠରୁ ଏବଂ ତୃତୀୟଟି ହାମର ମିସାଇଲ ରହିଛି।

The post ଭାରତରେ ପହଞ୍ଚିଲା ଆଉ ୩ ରାଫେଲ appeared first on Odisha Reporter.



from Odisha Reporter https://ift.tt/3acvxJ8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages