ଶତକୁ ଅଳ୍ପକେ ବଞ୍ଚିତ ହେଲେ ଷ୍ଟିଭ୍ ସ୍ମିଥ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ଶତକୁ ଅଳ୍ପକେ ବଞ୍ଚିତ ହେଲେ ଷ୍ଟିଭ୍ ସ୍ମିଥ୍‌

ସିଡ୍‌ନୀ: ଭାରତ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଷ୍ଟିଭ୍ ସ୍ମିଥ୍‌। ୮୧ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ପ୍ରଥମ ଇନିଂସ୍‌ରେ ୧୩୧ ରନ୍ କରିଥିବା ସ୍ମିଥ୍ ଏହି ଇନିଂସ୍‌ରେ ୧୬୭ ବଲ୍‌ରୁ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୮୧ ରନ୍ କରିଥିଲେ।

ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୮୧ ରନ୍ ସଂଗ୍ରହ କରିଛି। ଏହା ସହିତ ଦଳ ଭାରତ ଠାରୁ ୩୭୫ ରନ୍‌ର ଅଗ୍ରଣୀ ଲାଭ କରିଛି।

ଦଳ ପକ୍ଷରୁ ଡାଭିଡ୍ ୱାର୍ଣ୍ଣର ୧୩ ରନ୍ କରିଥିବା ବେଳେ ୱିଲ୍‌ ପକୋଭସ୍କି ୧୦ ରନ୍ କରିଛନ୍ତି। ମାର୍ନସ ଲାବୁଶେନ୍ ୧୧୮ ବଲ୍‌ରେ ୯ ଚୌକା ସହାୟତାରେ ୭୩ ରନ୍ କରିଛନ୍ତି। ସେ ନବଦୀପ ସାଇନିଙ୍କ ବଲ୍‌ରେ ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ମାଥ୍ୟୁ ୱାଡେ ମଧ୍ୟ ନବଦୀପଙ୍କ ଶିକାର ହୋଇଥିଲେ। ସେ ମାତ୍ର ୪ ରନ୍ କରିଥିବା ବେଳେ ସାଇନିଙ୍କ ବଲରେ ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ।

କାମେରନ ଗ୍ରୀନ ଓ ଅଧିନାୟକ ଟିମ୍ ପେନ୍ ଏବେ କ୍ରିଜ୍‌ରେ ଅଛନ୍ତି। ଗ୍ରୀନ୍ ୫୭ ରନ୍ କରିଥିବା ବେଳେ ପେନ୍ ୩୫ ରନ୍ କରିଛନ୍ତି।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ନବଦୀପ ସାଇନି ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି। ଏହି ମ୍ୟାଚ୍‌ରେ ଟେଷ୍ଟ୍ ଡେବ୍ୟୁ କରିଥିବା ସାଇନି ଅଷ୍ଟ୍ରେଲିଆର ପ୍ରଥମ ଇନିଂସରେ ଦୁଇଟି ୱିକେଟ୍‌ ନେଇଥିଲେ।

ସ୍ମିଥ୍‌ଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୩୩୮ ରନ୍ କରିଥିଲେ। କିନ୍ତୁ ଭାରତୀୟ ଦଳ ପ୍ରଥମ ଇନିଂସ୍‌ରେ ୨୪୪ ରନ୍ କରିଥିଲା। ଦଳ ପକ୍ଷରୁ ଶୁବମନ ଗିଲ ଓ ଚେତେଶ୍ୱର ପୂଜାରା ସର୍ବାଧିକ ୫୦ ରନ୍ ଲେଖାଏଁ କରିଥିଲେ। ଦଳ ପ୍ରଥମ ଇନିଂସ୍‌ରେ ଅଷ୍ଟ୍ରେଲିଆ ଠାରୁ ୯୪ ରନ୍ ପଛରେ ରହିଯାଇଥିଲା। ଏବେ ମ୍ୟାଚ୍ ସଂପୂର୍ଣ୍ଣ ଭାବେ କଙ୍ଗାରୁ ଟିମ୍‌ ହାତରେ ରହିଛି।

The post ଶତକୁ ଅଳ୍ପକେ ବଞ୍ଚିତ ହେଲେ ଷ୍ଟିଭ୍ ସ୍ମିଥ୍‌ appeared first on Odisha Reporter.



from Odisha Reporter https://ift.tt/3hXCLnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages