ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ବିସ୍ତାର କରିଛି ମାହାମାରୀ କରୋନା । ସମସ୍ତଙ୍କୁ କରୁଛି କଲବଲ । ଏହାରି ଭିତରେ ଭାରତରେ କରୋନାର ନୂଆ ଷ୍ଟ୍ରେନ ପ୍ରବେଶ କରିସରିଛି । ବ୍ରିଟେନରୁ ଆସିଥିବା ଏହି ନୂଆ ଷ୍ଟ୍ରେନକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଥିବା ବେଳେ କରୋନାର ଆଉ ଏକ ନୂଅ ଷ୍ଟ୍ରେନ୍ ଭାରତରେ ପ୍ରେବଶ କରିଥିବା ନେଇ ସୂଚନା ମିଳିଛି ।
ବ୍ରିଟେନ ପରେ ଦକ୍ଷିଣ ଆଫ୍ରିକାର କରୋନା ଭୂତାଣୁ ଭାରତକୁ ଆସିଛି । ମୁମ୍ବାଇ ଖାରଘରରେ ଥିବା ଟାଟା ମେମୋରିଆଲ ସେଣ୍ଟର ୩ଜଣ ବ୍ୟକ୍ତିଙ୍କଠାରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ନୂଆ ଭୂତାଣୁ ଚିହ୍ନଟ ହୋଇଛି। ଏହି ତିନି ଜଣ ରୋଗୀଙ୍କ ଶରୀରରେ E484K ମ୍ୟୁଟେସନ୍ ମିଳିଛି। ଏହି ଭାଇରସ ଆଗରେ ଅଣ୍ଟିବଡି ମଧ୍ୟ କାମ ଦେଉନଥିବା ଡାକ୍ତରମାନେ କହିଛନ୍ତି।
ଟାଟା ମେମୋରିଆଲ ଜଣେ ଡାକ୍ତରଙ୍କ ସୂଚନା ମୁତାବକ, ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ୩ଟି କିସମର ମ୍ୟୁଟେସନ ଚିହ୍ନଟ ହୋଇଥିଲା। ଏଠାରେ ମିଳିଥିବା ମ୍ୟୁଟେସନ ସେଥିମଧ୍ୟରୁ ଗୋଟିଏ। ନିକଟରେ ୭୦୦ଟି ନମୂନା ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୩ଟି ନମୂନାରେ ଦକ୍ଷିଣ ଆଫ୍ରିକାର ମ୍ୟୁଟେସନ ମିଳିଥିବା ସେ କହିଛନ୍ତି।
ତେବେ ଲୋକଙ୍କୁ ଏହି ଭାଇରସକୁ ନେଇ ଭୟଭୀବ ନହେବା ପାଇଁ ଡାକ୍ତରମାନେ ନିବେଦନ କରିଛନ୍ତି । ନୂଆ ଭାଇରସ ଚିହ୍ନଟ ହୋଇଥିବା ୩ଜଣ ରୋଗୀଙ୍କ ମଧ୍ୟରୁ ଦୁଇ ଜଣ ହୋମ ଆଇସୋଲେସନରେ ରହି ସୁସ୍ଥ ହୋଇସାରିଛନ୍ତି । ଅନ୍ୟ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି । ବିନା ଅକ୍ସିଜେନରେ ତାଙ୍କର ଚିକିତ୍ସା ଚାଲିଥିବା ଡାକ୍ତର ସୂଚନା ଦେଇଛନ୍ତି।
The post ଭାରତରେ ଆଫ୍ରିକାର କରୋନା ଭାଇରସ, କାମ ଦେଉନି ଆଣ୍ଟିବଡି appeared first on Odisha Reporter.
from Odisha Reporter https://ift.tt/2JZnUN6
No comments:
Post a Comment