ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିଜ ସମ୍ପତ୍ତି ତାଲିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିଜ ସମ୍ପତ୍ତି ତାଲିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସେ ନିଜ ସମ୍ପତ୍ତିର ତାଲିକା ଦେଇଛନ୍ତି। CMO ୱେବ୍‌ସାଇଟ୍‌ରେ ତାଙ୍କ ସମ୍ପତ୍ତିର ତାଲିକା ଦିଆଯାଇଛି। ତା’ସହିତ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ମଧ୍ୟ ସ୍ଥାନିତ ହୋଇଛି।

ଦେଶର ୭ଟି ବ୍ୟାଙ୍କରେ ନବୀନଙ୍କର ଅଛି ୧୩ କୋଟି ୧ଲକ୍ଷ ୬ହଜାର ୧୧ ଟଙ୍କା। BOIର ଦିଲ୍ଲୀ ଜନପଥ ଶାଖାରେ ସର୍ବାଧିକ ୧କୋଟି ୩ଲକ୍ଷ ୧୩ହଜାର ୪୯୯ ଟଙ୍କା ଅଛି।

ସେହିପରି ନବୀନଙ୍କ ପାଖରେ ରହିଛି ପ୍ରାୟ ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା। ଏବେବି ସେ ରଖିଛନ୍ତି ୧୯୮୦ ମଡେଲର ଏକ ଆମ୍ବାସାଡର କାର। ଏହାର ଆନୁମାନିକ ମୂଲ୍ୟ ମୂଲ୍ୟ ୮ହଜାର ୯୦୫ ଟଙ୍କା ହେବ।

ସ୍ଥାବର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ରହିଛି ଜମି ଓ କୋଠା। ଫରିଦାବାଦ ତିକ୍ରିକେରାସ୍ଥିତ ଜମି ଓ କୋଠାର ମୂଲ୍ୟ ହେଉଛି ୧୦କୋଟି ୭୫ଲକ୍ଷ ୫୧ହଜାର ୭୧ ଟଙ୍କା।

ନବୀନ ନିବାସରେ ନବୀନଙ୍କର ରହିଛି ଦୁଇ ତୃତୀୟାଂଶ ଶେଆର। ନବୀନ ନିବାସରେ ତାଙ୍କ ଶେଆରର ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କା। ସେହିଭଳି ନୂଆଦିଲ୍ଲୀ ଶେଆରର ଆନୁମାନିକ ମୂଲ୍ୟ ୪୩କୋଟି ୩୬ଲକ୍ଷ ୧୮ ହଜାର ଟଙ୍କା ହେବ। ଫରିଦାବାଦରେ ଥିବା ଜମି ବିକ୍ରି ଲାଗି ନବୀନ ୧କୋଟି ୨୫ ଲକ୍ଷ ଟଙ୍କା ଅଗ୍ରୀମ ଆଣିଛନ୍ତି।

The post ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଲେ ନିଜ ସମ୍ପତ୍ତି ତାଲିକା appeared first on Odisha Reporter.



from Odisha Reporter https://ift.tt/3scSsMP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages