ବେଜିଂ: କରୋନାର ଉତ୍ପତ୍ତି ସ୍ଥଳ ବାବଦରେ ଜାଣିବା ପାଇଁ ବେଜିଂରେ ଓହ୍ଲାଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ୧୦ ଜଣିଆ ବିଶେଷଜ୍ଞ ଟିମ୍। ହେଲେ ଅନ୍ତିମ ପର୍ଯ୍ୟାୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥଳୀକୁ ଯିବା ଉପରେ ରୋକ୍ ଲଗାଇଛି ବେଜିଂ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଆଧହୋନମ ଟେଡ୍ରୋସ।
ସେ କହିଛନ୍ତି, ତଦନ୍ତ ବାବଦରେ ଚାଇନା ସହ କଥାବର୍ତ୍ତା ପରେ ୧୦ ଜଣିଆ ଟିମ୍ ବେଜିଂ ଗସ୍ତ କରିଥିଲା। ହେଲେ ଅନ୍ତିମ ସମୟରେ ବିଶେଷଜ୍ଞ ଟିମକୁ ତଦନ୍ତ ସ୍ଥାଳୀକୁ ନଛାଡ଼ିବା ଠିକ୍ ନୁହେଁ। ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅସନ୍ତୋଷ ପ୍ରକାଶ କରିଛି।
୨୦୧୯ଡିସେମ୍ୱରରେ ବେଜିଂର ଉହାନ ସହରରୁ ପ୍ରଥମେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିଲା। ଏହାପରେ ଚାଇନାରୁ ଅନ୍ୟାନ୍ୟ ଦେଶକୁ ଏହି ଘାତକ ଭାଇରସ ବ୍ୟାପିଛି। ସାରା ବିଶ୍ୱରେ ଏହି ଘାତକ ଭାଇରସରେ ୧.୮ ମିଲିଅନରୁ ଅଧିକ ମୃତ୍ୟୁ ବରଣ କରିଛନ୍ତି।
ଏହି ଭାଇରସକୁ ଆମେରିକାର ଟ୍ରମ୍ପ ସରକାର ‘ଚାଇନା ଭାଇରସ’ ବୋଲି କହିଥିବା ବେଳେ ଅଷ୍ଟ୍ରେଲିଆ, ଜାପାନ ଭଳି ଦେଶ ମଧ୍ୟ ଏ ନେଇ ଚାଇନାକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି।
The post ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମର ପ୍ରବେଶ ଉପରେ ରୋକ୍ ଲଗାଇଲା ବେଜିଂ appeared first on Odisha Reporter.
from Odisha Reporter https://ift.tt/2XgTqcG
No comments:
Post a Comment