ଜେଲ୍‌ରେ ପ୍ରଦୀପଙ୍କୁ ୨ ଘଣ୍ଟା ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ଜେଲ୍‌ରେ ପ୍ରଦୀପଙ୍କୁ ୨ ଘଣ୍ଟା ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ପ୍ରାୟ ଦେଢ ମାସ ହେବ ଗିରଫ ହୋଇ ଜେଲ୍‌ରେ ଅଛନ୍ତି ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା ପ୍ରଦୀପଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ। ଆଜି ଜେଲ୍‌ ଭିତରେ ତାଙ୍କୁ ୨ ଘଣ୍ଟା ଧରି ଗୁଡ଼େଇ ତୁଡ଼ାଇ ଭିଜିଲାନ୍ସ ଅଧିକାରୀ ପ୍ରଶ୍ନ କରିଥିବା ଜଣାଯାଇଛି।

ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରିଛି ଭିଜିଲାନ୍ସ ଟିମ୍ । ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ICICI ବ୍ୟାଙ୍କ ବ୍ରହ୍ମପୁର ଶାଖାରେ ଥିବା ଆକାଉଣ୍ଟରେ ବର୍ଷକ ମଧ୍ୟରେ ୨ କୋଟିରୁ ଅଧିକ ଟଙ୍କା ଜମା ନେଇ ଖୋଳତାଡ଼ କରିଛି ଭିଜିଲାନ୍ସ । ଏତେ ପରିମାଣର ଟଙ୍କା କେଉଁ ଉତ୍ସରୁ ଆସିଛି ଏହାର ଛାନଭିନ୍ କରିଛି ଭିଜିଲାନ୍ସ ।

ସୂଚନାଯୋଗ୍ୟ,  ଡିସେମ୍ବର ୪ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲେ।  ବିନା ନୋଟିସ୍‌ ପ୍ରଦୀପଙ୍କୁ ଉଠାଇଥିବାରୁ ତାଙ୍କ ପତ୍ନୀ ସୁଜାତା  ପାଣିଗ୍ରାହୀ ରାଜ୍ୟସରକାରଙ୍କ ଉପରେ ବର୍ଷିଥିଲେ। ମୋ ସ୍ୱାମୀ କଣ ନକ୍ସଲ ?  ତାଙ୍କର କିଛି ହେଲେ ମୁଖ୍ୟମନ୍ତ୍ରୀ ଦାୟୀ, ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇ ନେଲେ ବୋଲି ସୁଜାତା ପ୍ରଶ୍ନ କରିଥିଲେ।

ଟାଟାରେ ଚାକିରି କରାଇଦେବା ନାଁରେ ଆକାଶ ପାଠକ ଓ ତାଙ୍କ ଭାବି ଶ୍ୱଶୁର ପ୍ରଦୀପ ପାଣିଗ୍ରାହୀ ଶିକ୍ଷିତ ଯୁବକଙ୍କୁ ଠକିଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ପ୍ରଦୀପଙ୍କୁ ଦଳରୁ ବହିଷ୍କାର କରିଥିଲେ । ଏହାପରେ ଏହି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍‌ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାୟୁକ୍ତ ଗଠନ ପରେ ପ୍ରଥମ ଭାବେ ମାମଲାର ତଦନ୍ତ ପାଇଁ ସୁପାରିସ କଲେ ରାଜ୍ୟ ସରକାର।

ପରେ କ୍ରାଇମବ୍ରାଞ୍ଚ ପ୍ରଦୀପଙ୍କୁ ତାଙ୍କ ସରକାରୀ ଆବାସରୁ ଉଠାଇ ନେଇଥିଲା। ଏହାପରେ ପ୍ରାୟ ଦେଢ ମାସରୁ ଊର୍ଦ୍ଧ୍ୱ ହେବ ଝାରପଡ଼ା ଜେଲ୍‌ରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ।

The post ଜେଲ୍‌ରେ ପ୍ରଦୀପଙ୍କୁ ୨ ଘଣ୍ଟା ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କଲା ଭିଜିଲାନ୍ସ appeared first on Odisha Reporter.



from Odisha Reporter https://ift.tt/2XSIan1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages