ପୁଣି ଫସିବେ ସାଜିଦ ଖାନ୍‌!  ଅଭିଯୋଗ ଆଣିଲେ ଜିୟାଙ୍କ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ପୁଣି ଫସିବେ ସାଜିଦ ଖାନ୍‌!  ଅଭିଯୋଗ ଆଣିଲେ ଜିୟାଙ୍କ ଭଉଣୀ

ମୁମ୍ବାଇ: ପୁଣି ଫସିଲେ ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍। ତାଙ୍କ ବିରୋଧରେ ଆସିଲା ଆଉ ଏକ ସାଙ୍ଘାତିକ ଅଭିଯୋଗ। ପୁଣିଥରେ ସାଜିଦଙ୍କ ବିରୋଧରେ ଯୌନ ଉତ୍ପିଡନ ଅଭିଯୋଗ ଆସିଛି। ଦିବଙ୍ଗତ ଅଭିନେତ୍ରୀ ଜିୟା ଖାନ୍‌ଙ୍କ ଭଉଣୀ କରିଶ୍ମା ଖାନ୍‌ ଏହି ଅଭିଯୋଗ ଉଠାଇଛନ୍ତି।

ସାଜିଦ ଖାନ୍‌ ତାଙ୍କ ଭଉଣୀଙ୍କୁ ସେକ୍ସୁଆଲ ହାରାସ କରିଥିବା କରିଶ୍ମା ଅଭିଯୋଗ କରିଛନ୍ତି। ଏକ ସାକ୍ଷାତକାର୍‌ରେ କରିଶ୍ମା କହିଛନ୍ତି, ରିହର୍ସାଲ ଚାଲିଥିଲା । ଜିୟା ସ୍କ୍ରିପ୍ଟ ପଢ଼ୁଥିଲେ। ଏହି ସମୟରେ ସାଜିଦ ଆସି ତାଙ୍କ ସହ ଅସଦାଚରଣ ବ୍ୟବହାର କରିଥିଲେ। ଏପରିକି  ଜିୟାଙ୍କୁ ସାଜିଦ ଶୁଟିଂ ସେଟ୍‌ରେ ସେ ପିନ୍ଧିଥିବା ଡ୍ରେସ ବାହାର କରିବା ପାଇଁ ବାଧ୍ୟ କରିଥିଲେ। ଏହାପରେ ଜିୟା ଶୁଟିଂରୁ ପଳାଇ ଆସି ଘରେ କାନ୍ଦିଥିଲେ ବୋଲି କରିଶ୍ମା କହିଛନ୍ତି।


ସେ ଆହୁରି କହିଛନ୍ତି ଯେ, ଦିନେ ଜିୟା ଖାନ୍‌ଙ୍କ ସହ କରିଶ୍ମା, ସାଜିଦଙ୍କ ଘରକୁ ଯାଇଥିଲେ। ସେଠାରେ ସାଜିଦଙ୍କ ସହ ତାଙ୍କର ଦେଖା ହୋଇଥିଲା। ତାଙ୍କ ଘରେ କରିଶ୍ମା ଏକ କିଚେନ ରୁମର ଟେବୁଲ ଉପରେ ବସିଥିଲେ। ଏହାପରେ ସାଜିଦ, ତାଙ୍କୁ ଦେଖି ଅସଦାଚରଣ ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି ।

ଜିୟାଙ୍କ ଭଉଣୀ କରିଶ୍ମାଙ୍କ ଏହି ଅଭିଯୋଗର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ସାଜିଦଙ୍କ ବିରୋଧରେ ଆସିଥିବା ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି। ସାଜିଦ ଖାନ୍‌ ଏହି ଅଭିଯୋଗକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି।

ସେପଟେ କରିଶ୍ମାଙ୍କ ସମର୍ଥନରେ ବାହାରିଛନ୍ତି ବଲିଉଡ କୁଇନ କଙ୍ଗନା।  ତାଙ୍କ  ଭିଡିଓକୁ କଙ୍ଗନା ସେଆର କରି କହିଛନ୍ତି, ସେମାନେ ଜିୟାଙ୍କୁ ମାରିଦେଲେ, ସୁଶାନ୍ତଙ୍କୁ ମାରିଦେଲେ, ଏବେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଅପରାଧୀ ଫ୍ରି’ରେ ସମସ୍ତଙ୍କ ସାମ୍ନାରେ ବୁଲୁଛନ୍ତି। ସେମାନଙ୍କୁ ମାଫିଆମାନେ ମଧ୍ୟ ସମର୍ଥନ କରୁଛନ୍ତି।  ତମକୁ କେହି ବଞ୍ଚାଇବାକୁ ଆସିବେନି, ତୁମେ ନିଜେ ତୁମର ରକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି।


ସୂଚନା ଯୋଗ୍ୟ ଯେ, ୨୦୧୦ରେ ସାଜିଦ ଖାନଙ୍କ ଫିଲ୍ମ ‘ହାଉସଫୁଲ୍‌’ରେ ଜିୟା ଖାନ ଅଭିନୟ କରିଥିଲେ। ପରେ ୨୦୧୩ରେ ଜିୟା ମୁମ୍ବାଇ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଏହାପରେ ୨୦୧୮ରେ ଯେତେବେଳେ ‘ମି ଠୁ’ ଅଭିଯାନ ଆରମ୍ଭ ହୋଇଥିଲା ସେତେବେଳେ ମଧ୍ୟ ସାଜିଦଙ୍କ ବିରୋଧରେ ଯୌନ ଉତ୍ପିଡନ ଅଭିଯୋଗ ଉଠିଥିଲା ।

The post ପୁଣି ଫସିବେ ସାଜିଦ ଖାନ୍‌!  ଅଭିଯୋଗ ଆଣିଲେ ଜିୟାଙ୍କ ଭଉଣୀ appeared first on Odisha Reporter.



from Odisha Reporter https://ift.tt/2LCvWws

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages