କରୋନା କଟକଣା; ଏଥର ଶୀତପଥର ପାହାଡ ଉପରେ ପାଳିତ ହେବନି ମକର ପର୍ବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

କରୋନା କଟକଣା; ଏଥର ଶୀତପଥର ପାହାଡ ଉପରେ ପାଳିତ ହେବନି ମକର ପର୍ବ

ପାରଳାଖେମୁଣ୍ଡି(ଆଦର୍ଶ ପାତ୍ର): ଆଉ ଦିନକ ପରେ ପାଳିତ ହେବ ମକର ସଂକ୍ରାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ଧୁମଧାମର ସହ ପାଳିତ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ କରୋନାର କୋପ ଯୋଗୁ ଫିକା ପଡ଼ିବ ଏହି ପର୍ବ ପାଳନ।  ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଗ୍ରାମ ନିକଟରେ ଥିବା ଶୀତପଥର ପାହାଡ ଉପରେ ପ୍ରତି ବର୍ଷ ପାଳିତ ହେଊଥିବା ପ୍ରସିଦ୍ଧ ମକର ସଂକ୍ରାନ୍ତିକୁ ଚଳିତ ବର୍ଷ ବନ୍ଦ କରି ଦିଆଯିବ। ଏନେଇ ଘୋଷଣା କରିଛି ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ, ଶୀତ ପଥର ପାହାଡ ଉପରେ ପ୍ରତି ବର୍ଷ ମକର ସଂକ୍ରାନ୍ତିରେ ମକର ଯାତ୍ରା ଅନୁଷ୍ଠିତ ହୋଇଥାଏ। ଗଜପତି, ଗଞ୍ଜାମ ଓ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପାହାଡ ଚଢ଼ି ଏହି ଯାତ୍ରାରେ ସାମିଲ୍ ହୋଇଥାନ୍ତି। ହେଲେ ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁଁ ଜିଲ୍ଳା ପ୍ରଶାସନ ଏହି ଯାତ୍ରା ବନ୍ଦ କରିଛି। କେବଳ ସୀମିତ ପୂଜକ ଯାଇ ପୂଜା କରିବେ କିନ୍ତୁ ସାଧାରଣ ଲୋକେ ପାହାଡ ଉପରକୁ ଯିବାକୁ ବାରଣ କରିଛି ଜିଲ୍ଲା ପ୍ରଶାସନ।

The post କରୋନା କଟକଣା; ଏଥର ଶୀତପଥର ପାହାଡ ଉପରେ ପାଳିତ ହେବନି ମକର ପର୍ବ appeared first on Odisha Reporter.



from Odisha Reporter https://ift.tt/39lIXSN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages