ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରକୁ ଆସିଛି ନୂଆ ଅତିଥି। ଗତକାଲି ଅନୁଷ୍କା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ବିରାଟ ସୋଶାଲ ମିଡିଆରେ ଏକ ନୋଟ୍ ଲେଖି ନିଜ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି। ଏବେ ବିରୁଷ୍କାଙ୍କ ଝିଅର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ନିଜ ଇନଷ୍ଟାଗ୍ରାମରେ ବିରୁଷ୍କାଙ୍କ ଝିଅର ପ୍ରଥମ ଫଟୋକୁ ଶେଆର କରିଛନ୍ତି।
ଏହି ଫଟୋରେ କେବଳ କୁନି ଝିଅର ଗୋଡ ଦୁଇଟି ହିଁ ଦେଖିବାକୁ ମିଳିଛି। ଏହି ଫଟୋକୁ ଶେଆର କରି ବିକାଶ କହିଛନ୍ତି, ଘରକୁ ଆଞ୍ଜେଲ ତଥା ନହ୍ନି ପରୀ ଆସିଛନ୍ତି । ଅମ ଘରକୁ ଆଞ୍ଜେଲ ଆସିଥିବାରୁ ଆମ ଖୁସି ଏବେ ଦ୍ବିଗୁଣିତ ହୋଇଯାଇଛି। ସେହିପରି କୋହଲିଙ୍କ ଭଉଣୀ ଭାୱନା କୋହଲି ମଧ୍ୟ ଝିଅର ପାଦ ଫଟୋକୁ ଶେଆର କରି ପିଉସୀ ବନିଯାଇଥିବାରୁ ନିଜକୁ ଗର୍ବ ମନେ କରିଛନ୍ତି। ଶେଆର କରିଥିବା ଫଟୋରେ ୱେଲକମ୍ ଆଞ୍ଜେଲ ବୋଲି ମଧ୍ୟ ଲେଖାହୋଇଛି।
View this post on Instagram
ଗତକାଲି ମଧ୍ୟାହ୍ନରେ ଅନୁଷ୍କା ଶର୍ମା କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ବିରାଟ ନିଜ ଇନ୍ଷ୍ଟାଗ୍ରାମରେ ସମସ୍ତଙ୍କୁ ଏହି ଖୁସି ଖବର ଜଣାଇଥିଲେ। ଅନୁଷ୍କା ଏବଂ ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ କୋହଲି। ଆମ ଜୀବନରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି ବିରାଟ ତାଙ୍କ ନୋଟ୍ରେ ଲେଖିଥିଲେ।
ନିକଟରେ ଅନୁଷ୍କା ଏକ ସାକ୍ଷାତକାର୍ରେ ନିଜ ଛୁଆକୁ ସୋଶାଲ ମିଡିଆ ଠାରୁ ଦୂରେଇ ରଖିବା ପାଇଁ କହିଛନ୍ତି। ଅନ୍ୟ ପିଲାଙ୍କ ଠାରୁ ତାଙ୍କ ଛୁଆ ସ୍ପେଶାଲ ଅନୁଭବ କରୁ ବୋଲି ସେ ଚାହାନ୍ତି ନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ ଯୋ, ୨୦୧୭ ଡିସେମ୍ବର ୧୧ ତାରିଖରେ ବିରାଟ-ଅନୁଷ୍କା ଇଟାଲୀରେ ବିବାହ କରିଥିଲେ। ଏହାପରେ ଗତ ଅଗଷ୍ଟରେ ଉଭୟ ପିତାମାତା ହେବାକୁ ଯାଉଥିବା ନେଇ ସୋଶାଲ ମିଡିଆରେ ଘୋଷଣା କରିଥିଲେ।
View this post on Instagram
The post ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ appeared first on Odisha Reporter.
from Odisha Reporter https://ift.tt/35wMeNM
No comments:
Post a Comment