ଭୋପାଳ: ବିଷାକ୍ତ ମଦ ପିଇ ୧୧ ଜଣଙ୍କର ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ୭ ଜଣ। ମଧ୍ୟପ୍ରଦେଶ ମୋରେନା ଜିଲ୍ଲାର ସୁମଓ୍ୱାଲି ସେକ୍ଟରରୁ ଏହି ମଦ ମୃତ୍ୟୁ ଖବର ଆସିଛି। ବିଷାକ୍ତ ମଦ ପଇ ଗୁରୁତର ହୋଇପଡ଼ିଥିବା ୭ ମୋରେନା ଏବଂ ଗ୍ୱାଲିଅର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଏସପି ଅନୁରାଗ ସୁଜଇନା ସୂଚନା ଦେଇଛନ୍ତି।
ପୁଲିସର ସୂଚନା ଅନୁୟାୟୀ ସ୍ଥାନୀୟ ମଦ ପିଇବା ପରେ ପ୍ରଥମେ ମୃତକମାନେ ରାତିରେ ବାନ୍ତି କରିଥିଲେ। ଏହାପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲ। ମୃତକମାନେ ମୋରେନାର ଦୁଇଟି ଅଲଗା ଅଲଗା ଗାଁର ଲୋକେ। ପହୱାଲି ଗାଁରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋରେନାର ମନପୁର ଗ୍ରାମରେ ୭ ଜଣ ପ୍ରାଣ ହରାଇଛନ୍ତି।
ଆଉ ୭ ଜଣଙ୍କୁ ମୋରେନାର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ଗ୍ୱାଲିଅରକୁ ପଠାଯାଇଛି। ଡାକ୍ତରଖାନା ଯିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମୋରେନା ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି।
ପୁଲିସ କହିଛି ଯେ ଆମ୍ବୁଲାନ୍ସ ଯୋଗେ ଶବକୁ ନେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ସମ୍ପର୍କୀୟମାନେ ମୃତଦେହକୁ ଟ୍ରାକ୍ଟରରେ ନେବାକୁ ଦାବି କରିଛନ୍ତି।
ଗାଁ ଲୋକେ କହିଛନ୍ତି, ଏପରି ଘଟଣା ପୁରୁଣା। ମଦ ମୃତ୍ୟୁ ଖବର ପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ। ହେଲେ ଏହା ପୂର୍ବରୁ ପ୍ରଶାସନ କାହିଁକି ବିକ୍ରି ବନ୍ଦ କରିପାରୁନି ବୋଲି ପ୍ରଶ୍ନ କରିଛନ୍ତି। ଏହି ବିଷାକ୍ତ ମଦ ପଛରେ ଅବକାରୀ ଏବଂ ପୁଲିସ ଅଧିକାରୀ ଜଡ଼ିତ।
ସୂଚନାଯୋଗ୍ୟ, ରବିବାର ତେଲେଙ୍ଗାନାର ବିକାରାବାଦରେ ତାଡି ପିଇ ୧୪୩ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
The post ବିଷାକ୍ତ ମଦ ପିଇ ଆରପାରିରେ ୧୧ appeared first on Odisha Reporter.
from Odisha Reporter https://ift.tt/3bvcvjv
No comments:
Post a Comment